ସଚିନଙ୍କୁ ମନେଇବାକୁ ଦଳର ପ୍ରୟାସ: ପୁଣି ଡାକିଲେ ବିଧାୟକ ଦଳ ବୈଠକ

1 min read

ନୂଆଦିଲ୍ଲୀ: ରାଜସ୍ଥାନରେ ସଚିନ ପାଇଲଟଙ୍କ ବିଦ୍ରୋହ ପାଇଁ କଂଗ୍ରେସ ଏବେ ଚିନ୍ତାରେ । ପାଇଲଟଙ୍କୁ ମନାଇବା ପାଇଁ ଦଳ ବିଭିନ୍ନ ପ୍ରକାର ପ୍ରୟାସ ଜାରି ରହିଛି । ତେଣୁ ପାଇଲଟ ଆଉ କଂଗ୍ରେସ ମଧ୍ୟରେ ଚାଲିଥିବା ବିବାଦକୁ ଅନୁଧ୍ୟାନ କରି ଦଳ ପୁଣି ଏକ ବିଧାୟକ ଦଳ ବୈଠକ ଡାକିବାର ନିଷ୍ପତ୍ତି ନେଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆଲକାମାନଙ୍କ ତରଫରୁ ଜୟପୁର ପଠାଯାଇଥିବା ତିନି ଜଣିଆ ପ୍ରତିନିଧି ମଣ୍ଡଳରେ ସାମିଲ ଥିବା ରଣଦୀପ ସିଂ ସୁରଜେବାଲା ସୂଚନା ଦେଇ କହିଛନ୍ତି ଯେ ମଙ୍ଗଳବାର ସକାଳ ୧୦ଟାରେ ବିଧାୟକ ଦଳର ବୈଠକ ଡକାଯିବ।

ସୁରଜେବାଲା କହିଛନ୍ତି – ଆମେ ଲିଖିତ ନିମନ୍ତ୍ରଣ ଦେଇଛୁ

ସୁରଜେବାଲା କହିଛନ୍ତି ଯେ ପାଇଲଟ ଏବଂ ତାଙ୍କ ସମର୍ଥକ ବିଧାୟକଙ୍କୁ ଲିଖିତ ଭାବେ ଡକାଯିବ । ସେ କହିଛନ୍ତି, ‘ଆମେ ସଚିନ ପାଇଲଟ ଏବଂ ସମସ୍ତ ବିଧାୟକଙ୍କୁ (ବିଧାୟକ ଦଳ ବୈଠକରେ) ଆସିବାକୁ ନିବେଦନ କରୁଛୁ । ସଭାକୁ ଆସିବାକୁ ଆମେ ସେମାନଙ୍କୁ ଏକ ଲିଖିତ ନିମନ୍ତ୍ରଣ ଦେବୁ । ସେମାନେ ଆସି ପରିସ୍ଥିତି ଉପରେ ଆଲୋଚନା କରନ୍ତୁ ବୋଲି ଆମେ ଆହ୍ୱାନ ଦେଉଛୁ । ସୁରଜେବାଲା ଏହା ମଧ୍ୟ କହିଛନ୍ତି ଯେ, ‘ମୁଁ ତାଙ୍କୁ ଅନୁରୋଧ କରୁଛି। ମୋର ଆବେଦନ ହେଉଛି ଯେ ସେମାନେ ଆସନ୍ତୁ ଏବଂ କିପରି ୮ କୋଟି ଜନତାଙ୍କ ମିଳିମିଳି ସେବା କରି ରାଜସ୍ଥାନକୁ ଶକ୍ତଶାଳି କରାଯାଇ ପାରିବ ତାହା ଉପରେ ଚର୍ଚ୍ଚା କରନ୍ତୁ ।

ସୋନିଆ-ରାହୁଲଙ୍କ ଚିନ୍ତା

ପାଇଲଟ ଏବଂ ତାଙ୍କ ସମର୍ଥକଙ୍କୁ ମନାଇବା ପାଇଁ ସେ ଦଳର ସଭାପତି ସୋନିଆ ଗାନ୍ଧୀ ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି । ସୁରଜେବାଲା କହିଛନ୍ତି, ‘ଯଦି କାହା ସହିତ କିଛି ମତଭେଦ ହୋଇଥାଏ, ତେବେ ସେମାନେ ଖୋଲା ମନରେ କଥା ହେବା ଉଚିତ୍ । ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ସମସ୍ତଙ୍କ କଥା ଶୁଣିବା ସହ ତାହାର ସମାଧାନ ବାଟ ନିଶ୍ଚୟ କାଢିବେ ।

ସିଂଘବି ମଧ୍ୟ ସଚିନଙ୍କୁ ମନେଇବାକୁ ଚେଷ୍ଟା କରିଥିଲେ

ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘବି ମଧ୍ୟ ସଚିନଙ୍କୁ ବନ୍ଧୁତା ରାଣ ଦେଇ ଦେଇଥିଲେ । ସେ କହିଛନ୍ତି, ‘ମୁଁ ସଚିନ ପାଇଲଟଙ୍କୁ ଜଣେ ପ୍ରଭାବବାନ, ଦକ୍ଷ ଏବଂ ପ୍ରଭାବଶାଳୀ କଂଗ୍ରେସୀ ମାନେ । ସେ ମୋ ବନ୍ଧୁ ମଧ୍ୟ । ଆମେ ସମସ୍ତେ ଦଳରେ ତାଙ୍କୁ ପ୍ରଶଂସା କରୁ । ସେ ଆସି ନିଜର ଅଭିଯୋଗ କହିବା ଦରକାର । ତାଙ୍କ ପାଖରେ ପୂରା ସୁଯୋଗ ରହିଛି  । ସମସ୍ତେ ସେମାନଙ୍କ କଥା ଶୁଣିବାକୁ ପ୍ରସ୍ତୁତ |

Leave a Reply