ବୈଜୟନ୍ତଙ୍କୁ ସୁରଙ୍କ ନିନ୍ଦା, ‘ପବିତ୍ର ଓଡ଼ିଶା ମାଟିକୁ ପାକିସ୍ତାନ ସହ ତୁଳନା ଅତ୍ୟନ୍ତ ନିନ୍ଦନୀୟ’

1 min read
Sarua Land Scam Issue Will Raise In Odisha Assembly Winter Session

ଭୁବନେଶ୍ୱର: ସୁର କହିଲେ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରି ବୈଜୟନ୍ତ ଠିକ୍‌ କରି ନାହାନ୍ତି । ଓଡ଼ିଶାକୁ ନେଇ ବୈଜୟନ୍ତଙ୍କ ଏଭଳି ଟ୍ୱିଟ୍‌ ଅତ୍ୟନ୍ତ ନିନ୍ଦନୀୟ । ବୈଜୟନ୍ତଙ୍କ ଭଳି ଜଣେ ଶିକ୍ଷିତ ଲୋକ ଏଭଳି ମନ୍ତବ୍ୟ ଦେବା ଠିକ୍‌ ହୋଇନାହିଁ । ପବିତ୍ର ଓଡ଼ିଶା ମାଟିରେ ବୀର ପାଇକ ପୁଅର ଜନ୍ମ । ଓଡ଼ିଶା ଭଳି ପବିତ୍ର ମାଟିକୁ ଆତଙ୍କି ରାଜ୍ୟ ପାକିସ୍ତାନ ସହ ତୁଳନା କରିବା ନିହାତି ଭୁଲ ।

ସୂଚନାଯୋଗ୍ୟ, ଫେକ୍‌ ଭିଡିଓ ଭାଇରାଲ କରି ସାଂସଦଙ୍କୁ ବଦନାମ୍‌ କରିବାକୁ ଚେଷ୍ଟା କରିଥିବା ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ଯାଇ ବୈଜୟନ୍ତ ନିଜ ଟ୍ୱିଟ୍‌ ହ୍ୟାଣ୍ଡେଲରେ ଓଡ଼ିଶାକୁ ନେଇ ଅତ୍ୟନ୍ତ ହୀନ ମନ୍ତବ୍ୟ ଦେଇଛନ୍ତି । ସେ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରି ଟ୍ୱିଟ୍ କରିଛନ୍ତି । ଯାହାକୁ ନେଇ ଏବେ ତୁମ୍ବିତୁଫାନ୍‌ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ମହଲରେ ବୈଜୟନ୍ତଙ୍କ ଏହି ଆଚରଣକୁ ନିନ୍ଦା କରାଯାଇଛି ।

ଖାଲି ସେତିକି ନୁହେଁ ବୈଜୟନ୍ତ ପଣ୍ଡାଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କରି କଟକ ଛାତ୍ର ବିଜେଡି ପକ୍ଷରୁ ବାଦାମବାଡ଼ି ଛକରେ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି । ବୈଜୟନ୍ତ ପଣ୍ଡା କ୍ଷମା ମାଗନ୍ତୁ ବୋଲି ଛାତ୍ର ବିଜେଡି ଦାବି କରିଛି । ବୈଜୟନ୍ତ ଭୁଲ ନମାଗିଲେ ସାରା ରାଜ୍ୟରେ ପ୍ରତିବାଦକୁ ଜୋରଦାର କରାଯିବ ବୋଲି ଛାତ୍ର ବିଜେଡି ଚେତାବନୀ ଦେଇଛି ।

ଅନ୍ୟପଟେ ବୈଜୟନ୍ତଙ୍କ ଏଭଳି ଟ୍ୱିଟ୍‌କୁ ଦୃଢ଼ ବିରୋଧ କରିଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ଟ୍ୱିଟ୍ କରି ଲେଖିଛନ୍ତି ଯେ ନିଜ ରାଜ୍ୟକୁ ପାକିସ୍ତାନ ସହ ତୁଳନା କରି ଆହୁରି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି ବୈଜୟନ୍ତ । ବୈଜୟନ୍ତ ପଣ୍ଡା ଓଡ଼ିଶାର ସଂସ୍କୃତି ଏବଂ ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି ।

Leave a Reply