ଡମ୍ପିଂ ୟାର୍ଡରେ କାହିଁକି ସାମ୍ବାଦିକ ସମ୍ମିଳନୀ କଲେ କଂଗ୍ରେସ ନେତା ସୁରେଜୱାଲା ? ଜାଣନ୍ତୁ କାରଣ…

1 min read
Congress Leader Randeep Surjewala PC In Patna GPO Dumping Ground Bihar Election

ପାଟଣା: ରାଜନୀତିରେ ସବୁ କିଛି ସମ୍ଭବ । ଭୋଟ୍ ପାଇଁ ବହୁତ କିଛି କରିପାରନ୍ତି ନେତା । ଭୋଟ୍ ପାଇଁ ନେତା ନାଳ ପାର ହୋଇ ଯାଉଥିବା ଆପଣ ଦେଖିଥିବେ । କେବେ ଦେଖିଛନ୍ତି କି ? ନିର୍ବାଚନ ବେଳେ ନେତା ଅଳିଆ ଗଦା ଉପରେ ଛିଡ଼ା ହୋଇ ଭାଷଣ ଦେବା । ହଁ ଏମିତି ଘଟିଛି ବିହାର ନିର୍ବାଚନରେ । ବିହାରର ନୀତିଶ ସରକାରଙ୍କୁ ଘେରିବାକୁ ଯାଇ ଏମିତି ଢଙ୍ଗରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ସଚିବ ରଣଦୀପ ସୁରେଜୱାଲା ।

Congress Leader Randeep Surjewala PC In Patna GPO Dumping Ground Bihar Election

ରଣଦୀପ ସୁରେଜୱାଲା ଦଳର ଅନ୍ୟ ନେତାଙ୍କ ସହିତ ପାଟଣା ଜିପିଓ ନିକଟ ଅଳିଆ ଗଦାରେ ପହଞ୍ଚି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଖୋଲା ସ୍ଥାନରେ ବର୍ଜ୍ୟବସ୍ତୁ ଫିଙ୍ଗା ଯାଉଥିବାରୁ ଏହାକୁ ନେଇ ସେ ବିହାର ସରକାରଙ୍କୁ ଟାର୍ଗେଟ୍ କରିଥିଲେ । କହିଥିଲେ ଏହି ଦୃଶ୍ୟ ଦେଖିବାକୁ କେହିନାହିଁ । ରାଜଧାନୀ ମଝି ଭାଗରେ ଏମିତି ହେଉଛି । କେବେ ଏଠାରେ ସୁନ୍ଦର କମ୍ପ୍ଲେକ୍ସ ନିର୍ମାଣ ହେବାର ଥିଲା । କିନ୍ତୁ ଆଜି ଅବସ୍ଥା ଦେଖି ନିଅନ୍ତୁ ବୋଲି ସୁରେଜୱାଲା କହିଛନ୍ତି ।

ସୁରେଜୱାଲା କହିଛନ୍ତି- ବିହାରର ପାଣି, ବିହାରର ପବନ ଯେତିକି ବିଷାକ୍ତ ହୋଇଛି । ସେତିକି ବିଷାକ୍ତ ନୀତିଶ ସରକାରଙ୍କ ଚିନ୍ତାଧାରା ଓ ବିଚାର । ନୀତିଶ କେବେ ଏହି ସ୍ଥାନରେ ହେଲିକପ୍ଟର ଓହ୍ଲାନ୍ତୁ ବୋଲି ସୁରେଜୱାଲା କହିଛନ୍ତି । ବିଗତ ୨୫ ବର୍ଷ ମଧ୍ୟରେ ସର୍ବାଧିକ ଥର ପାଟଣାରେ ବିଜେପି ସାଂସଦ ଓ ବିଧାୟକ ନିର୍ବାଚିତ ହୋଇଛନ୍ତି । ତଥାପି ଦେଖନ୍ତୁ ସହରର ଅବସ୍ଥା କେମିତି ଅଛି । ସ୍ମାର୍ଟ ସିଟି ରାଙ୍କିଂରେ ପାଟଣା ୩୩ ତମ ସ୍ଥାନରେ ରହିଛି । ଏମାନେ ବିହାରବାସୀଙ୍କ ଜୀବନକୁ ନଷ୍ଟ କରୁଛନ୍ତି ।

Congress Leader Randeep Surjewala PC In Patna GPO Dumping Ground Bihar Election

ସେ ଆହୁରି କହିଛନ୍ତି- ନୀତିଶ ସରକାରଙ୍କ ନାଳ-ଜଳ ଦୁନୀତିକୁ ମୋଦି ସରକାର ଧରି ନେଇଛନ୍ତି । ବିହାରର ୨୫ ହଜାର କୋଟି ଟଙ୍କାର ଏହି ଯୋଜନା ଦୁର୍ନୀତିର ପେଣ୍ଠସ୍ଥଳୀ ପାଲଟିଛି । ସେ ପ୍ରଶ୍ନ କରିଛନ୍ତି- ଏହି ଦୁର୍ନୀତି ଟଙ୍କାରେ ନୀତିଶ କୁମାରଙ୍କ ଦଳ ହେଲିକପ୍ଟର ଉଡ଼ାଉ ନାହିଁ ତ ?

Leave a Reply