କଂଗ୍ରେସ ନେତାଙ୍କ ପ୍ରେସକ୍ରିପ୍ସନ: ରମ୍ ସହ ଦରସିଝା ଅଣ୍ଡା ଖାଆନ୍ତୁ, କରୋନା ଭଗାନ୍ତୁ

1 min read
Congress Leader Bizarre Solution To Prevent Covid19

କୋଭିଡ୍-୧୯ ମହାମାରୀ ବ୍ୟାପିବା ପରଠାରୁ ହ୍ୱାଟସ୍ ଆପରେ ଏହାର ଆରୋଗ୍ୟକୁ ନେଇ ପ୍ରଚାର ହେଉଥିବା ଗୁଜବ ତଥା ଏହି ରୋଗରୁ ଲୋକଙ୍କୁ ଆରୋଗ୍ୟ କରିଦେବା ଦାବି କରୁଥିବା ଲୋକଙ୍କୁ ପର୍ଯ୍ୟାପ୍ତ ଚେତାବନୀ ଦିଆଯାଇଛି । ବୈଧ ଯୋଗ୍ୟତା ବିନା ଏହି ରୋଗର ଚିକିତ୍ସା କରିବା ପାଇଁ ଅଫର କରୁଥିବା ଲୋକଙ୍କୁ ମଧ୍ୟ ଗିରଫ କରାଯିବା ଦେଖିବାକୁ ମିଳିଛି । ଠିକ୍ ଏହି ସମୟରେ କର୍ଣ୍ଣାଟକର ଜଣେ କଂଗ୍ରେସ କାଉନସିଲର ମହାମାରୀକୁ ନେଇ ଏକ ଅଦ୍ଭୁତ ଉପଶମ ଦେଇଛନ୍ତି ।  ଦର ସିଝା ଅଣ୍ଡା ଆମଲେଟ ଏବଂ ରମରେ ଗୋଲମରିଚ ପକାଇ ପିଇଲେ କୋରନା ପାଖ ମାଡିବନି ବୋଲି ସେ କହିଛନ୍ତି ।

ମାଙ୍ଗାଲୁରୁ ଉଲାଲ ସିଏମସିର କଂଗ୍ରେସ କାଉନସିଲର ରବିଚନ୍ଦ୍ର ଗଟ୍ଟିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି  । ଭିଡିଓରେ ସେ କହୁଛନ୍ତି ଯେ, ୯୦ ମି.ଲି ରମରେ  ଏକ ଚାମଚ ଗୋଲମରିଚ ଗୁଣ୍ଡ ମିଶାଇବା ପରେ ପିଅନ୍ତୁ ଓ ତା’ସହ ଦୁଇଟି ଅଧା ସିଝା ଓମେଲେଟ୍ ମଧ୍ୟ ଖାଆନ୍ତୁ ଏହାପରେ କରୋନାଭାଇରସ୍ ଅଦୃଶ୍ୟ ହୋଇଯିବ ।

ସେ କହିଛନ୍ତି, ମୁଁ ଅନେକ ଔଷଧ ଖାଇଥିଲି କିନ୍ତୁ କିଛି କାମ କରିନଥିଲା । ପରେ ମୁଁ ଏହି ପଦ୍ଧତି ଆପଣେଇଥିଲି ଯାହା କାମ କରିଛି । ଏଥିସହ ସେ କହିଛନ୍ତି ଯେ ସେ ଜଣେ ରାଜନେତା ଭାବରେ ନୁହେଁ ଜଣେ କରୋନା କମିଟିର ସଦସ୍ୟ ଭାବରେ ଏହି ପରାମର୍ଶ ଦେଉଛନ୍ତି । ସୂତ୍ର ଅନୁସାରେ, ଗଟ୍ଟି ଜଣେ ସମାଜ କର୍ମୀ । ତେବେ କଂଗ୍ରେସ ଏହି ମାମଲାରୁ ନିଜକୁ ଦୁରେଇ ନେଇଛି । ନେତାଙ୍କ କରୋନା ପ୍ରେସକ୍ରିପ୍ସନ ଉପରେ ନିଜ ପ୍ରତିକ୍ରିୟା ରଖି ମାଙ୍ଗାଲୁରୁ ବିଧାୟକ ୟୁଟି ଖାଦର କହିଛନ୍ତି, ଗଟ୍ଟି କାହିଁକି ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ତାହା ଜିଲ୍ଲା ପ୍ରଶାସନ ଜାଣିବା ଉଚିତ୍  । ଗତ ୧୫ ବର୍ଷ ଧରି ଗଟ୍ଟି ଜଣେ ସମାଜ କର୍ମୀ ଥିଲେ । ଆମେ ଦଳର ନେତାଙ୍କ ସହ ଆଲୋଚନା କରିବୁ ଏବଂ ନିଷ୍ପତ୍ତି ନେବୁ।”

Leave a Reply