ଆଜି ଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ରାଜ୍ୟର ସଭାପତି

1 min read

ନୂଆଦିଲ୍ଲୀ : ସୋମବାରରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଏହାସହିତ ନଭେମ୍ବର ୩୦ରୁ ଝାଡଖଣ୍ଡରେ ୫ ପର୍ଯାୟରେ ହେବ ନିର୍ବାଚନ । ସମସ୍ତ ୮୧ଟି ଆସନରେ ଦଳ ପ୍ରାର୍ଥୀ ଦେଇଛି । ଜେଏମଏମ ସହ ମେଣ୍ଟ କରିଛି କଂଗ୍ରେସ । ଏହାକୁ ନେଇ ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବାକୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦିଲ୍ଲୀରେ ଏକ ବୈଠକ ଡ଼ାକିଛନ୍ତି । ଏହାକୁ ସବୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି ।

ଏଥିରେ କଂଗ୍ରେସର ସମସ୍ତ ସାଧାରଣ ସଂପାଦକ, ସଂପାଦକ, ପିସିସି ସଭାପତି, କଂଗ୍ରେସ ପାର୍ଟି ନେତାଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥର ସଂସଦରେ ସରକାରଙ୍କୁ ଦଳ କିଭଳି ଘେରିବ ଏବଂ କେଉଁ ପ୍ରସଙ୍ଗକୁ ଦେଶବ୍ୟାପୀ ମୁଦ୍ଦା କରିବ ସେ ନେଇ ଆଲୋଚନା ହୋଇପାରେ ।

ଏହି ବୈଠକରେ ସୋନିଆଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଓଡ଼ିଶାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଯୋଗଦେଇ ପାରନ୍ତି । ')}

Leave a Reply