ଅନଲକ୍ ୧.୦ରେ କଣ ସବୁ ମାନିବାକୁ ପଡ଼ିବ…

ନୂଆଦିଲ୍ଲୀ: କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଦୌଡ଼ିବ ଦେଶ । ଜୁନ୍ ୩୦ ଯାଏଁ କଣ୍ଟେନମେଣ୍ଟ ଜୋନରେ କଟକଣା ବଳବତ୍ତର ରହିବ । ଜୁନ୍ ପହିଲାରୁ ପର୍ଯ୍ୟାୟକ୍ରମେ ଦେଶରେ ତାଲା ଖୋଲିବ । ତେବେ ଆପଣଙ୍କୁ କେତେକ ନିୟମ ମାନିବାକୁ ପଡ଼ିବ ।

ମାସ୍କ

ଦେଶରେ ଜୁନ ପହିଲାରୁ ସବୁକିଛି ସ୍ୱାଭାବିକ ହେବ । ମୁହଁରେ ମାସ୍କ ପିନ୍ଧିବାକୁ ପଡ଼ିବ । ସର୍ବସାଧାରଣ ସ୍ଥାନ, କର୍ମକ୍ଷେତ୍ର ଓ ଯାତାୟାତ ସମୟରେ ସମସ୍ତେ ମାସ୍କ ବ୍ୟବହାର କରିବାକୁ ବାଧ୍ୟ ।

ସାମାଜିକ ଦୂରତା

ସର୍ବସାଧାରଣ ସ୍ଥାନରେ ସମସ୍ତଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ପଡ଼ିବ । ଅତିକମରେ ୬ ଫୁଟ୍ ଦୂରତା ବଜାୟ ରଖିବେ । ସେହିଭଳି ମାର୍କେଟ ଓ ଦୋକନାରେ ସାମାଜିକ ଦୂରତା ରକ୍ଷା ସହ ଏକକାଳୀନ ୫ ଜଣରୁ ଅଧିକ ଲୋକଙ୍କୁ ଅନୁମତି ନାହିଁ ।

କେତେ ଲୋକଙ୍କୁ ଅନୁମତି ?

ଗୋଟିଏ ଜାଗାରେ ସଂଖ୍ୟାଧିକ ଲୋକ ଏକାଠି ହେବା ପାଇଁ ଅନୁମତି ନାହିଁ । ରାଜନୈତିକ ରାଲି, ସାଧାରଣ ସଭା ବନ୍ଦ ରହିବ । ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣ ଲୋକଙ୍କୁ ସାମିଲ ହେବାର ଅନୁମତି ଥିବାବେଳେ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣ ଭାଗ ନେଇପାରିବେ ।

ଛେପ ପକାଇଲେ ଜରିମାନା

ବାହାରକୁ ଯାଉଥିବା ବେଳେ ସର୍ବସାଧାରଣ ସ୍ଥାନରେ ଛେପ ପକାଇ ପାରିବେ ନାହିଁ । ରାଜ୍ୟ ଓ ସ୍ଥାନୀୟ ପ୍ରଶାସନ ଜାରି କରିଥିବା ନିୟମ ଅନୁସାରେ ବାହାରେ ଛେପ ପକାଇଲେ ଜରିମାନା ଦେବାକୁ ପଡ଼ିବ । ସର୍ବସାଧାରଣ ସ୍ଥାନରେ ମଦ, ପାନ, ଗୁଟଖା ଓ ତବାଖୁ ମନା ।

ଭାରତରେ ଅନଲକ୍ ୧.୦, ପ୍ରଥମ ପର୍ଯ୍ୟାୟରେ ଖୋଲିବ ଧାର୍ମିକ ସ୍ଥଳ ଓ ସପିଂ ମଲ୍

ଯଥାସମ୍ଭବ କର୍ମଚାରୀ ମାନେ ଘରୁ କାମ କରିବେ । ସର୍ବସାଧାରଣ ସ୍ଥାନ ଓ କର୍ମକ୍ଷେତ୍ରରେ ଥର୍ମାଲ ସ୍କ୍ରିନିଂ ସହ ହ୍ୟାଣ୍ଡ ୱାସ୍, ସାନିଟାଇଜର ଉପଲବ୍ଧ କରାଯିବ । କର୍ମକ୍ଷେତ୍ରକୁ ନିୟମିତ ବ୍ୟବଧାନରେ ସାନିଟାଇଜ୍ କରାଯିବ ।

ଭାରତରେ ଅନଲକ୍ ୧.୦, ପ୍ରଥମ ପର୍ଯ୍ୟାୟରେ ଖୋଲିବ ଧାର୍ମିକ ସ୍ଥଳ ଓ ସପିଂ ମଲ୍

Leave a Reply