ପଜିଟିଭ ଚିହ୍ନଟ ହେବା ପରେ ମାନସିକ ଭାରସାମ୍ୟ ହରାଇ କୀଟନାସକ ପିଇଲେ ଯୁବକ

ନବରଙ୍ଗପୁର: କରୋନା ସଂକ୍ରମିତ ହେଲେ ବୋଲି ଲଜ୍ଜିତ ମନେକରୁଥିଲେ । ପଜିଟିଭ ଚିହ୍ନଟ ହେବା ପରେ ଆତ୍ମହତ୍ୟା କଲେ ଯୁବକ । ମାନସିକ ଭାରସାମ୍ୟ ହରାଇ ନବରଙ୍ଗପୁରର ଜଣେ ୨୦ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଯୁବକ ନବରଙ୍ଗପୁର ବଡ଼ମସି ଗାଁର । ଗତକାଲି ସେ ସାନମସିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ୍ ରାପିଟ ଟେଷ୍ଟ କରାଇଥିଲେ । କୋଭିଡ ପଜିଟିଭ ରିପୋର୍ଟ ଆସିବା ପରେ ସଙ୍ଘରୋଧରେ ରହିବାକୁ ଟେଷ୍ଟ କରୁଥିବା କର୍ମଚାରୀ ପରାମର୍ଶ ଦେଇଥିଲେ ।

ହେଲେ ପଜିଟିଭ ରିପୋର୍ଟ ଜାଣିବା ପରେ ମାନସିକ ଚିନ୍ତା ଗ୍ରସ୍ତ ହୋଇଥିଲୋ ଯୁବକ ଜଣଙ୍କ । ଏବଂ ଘରେ ଥିବା କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ଯୁବକ । କୀଟନାଶକ ପିଇଥିବା ଜାଣିବା ପରେ ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଯୁବକ ଜଣଙ୍କ ପଜିଟିଭ୍ ଥିବା ପୂର୍ବରୁ ପରିବାର ଲୋକେ ଜାଣି ନଥିବା ସୂଚନା ମିଳିଛି ।

ଯୁବକଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ଚିନ୍ତାରେ ପଡ଼ିଯାଇଥିଲେ ଏବଂ ଲଜ୍ଜାରେ ଥିଲେ । କରୋନା ପାଇଁ ଲଜ୍ଜାରେ ହିଁ ସେ ଆତ୍ମହତ୍ୟା କରିଥାପାରନ୍ତି ବୋଲି ତାଙ୍କ ସମ୍ପର୍କୀୟମାନେ କହିଛନ୍ତି । ତେବେ ଯୁବକଙ୍କ ଅନ୍ତିମସଂସ୍କାର କରିବା ପାଇଁ ତାଙ୍କ ପରିବାର ଲୋକଙ୍କୁ ୪ଟି ପିପିଇ କିଟ୍ ଦିଆଯାଇଥିଲା ।

Leave a Reply