କମିଶନରେଟ୍ ପୋଲିସ ଟାର୍ଗେଟରେ କଳାକାଚ କାର୍…

ଭୁବନେଶ୍ୱର: ଟ୍ଵିନସିଟିରେ ଟ୍ରାଫିକ ପୋଲିସ ଟାର୍ଗେଟରେ କଳାକାଚ କାର୍ ବ୍ୟବହାରକାରୀ । ଅନୈତିକ କାର୍ଯକଳାପ ଓ ଅପରାଧ ରୋକିବାକୁ ଚ୍ରାଫିକ ପୋଲିସର ପ୍ରୟାସ ଆରମ୍ଭ ହୋଇଛି । ରାଜଧାନୀରେ ଟ୍ରାଫିକ ପୋଲିସର ଜୋରଦାର କରିଛି କଟକଣା । ଏନେଇ ରାଜଧାନୀରେ ବିଭିନ୍ନ ଛକରେ କଳାକାଚ କାର୍ ବ୍ୟବହାରକାରୀଙ୍କଠୁ କଡା ଫାଇନ ଆଦାୟ କରୁଛି ।

ବିଭିନ୍ନ ଛକରେ ଟ୍ରାଫିକ କର୍ମଚାରୀ ବିଶେଷ କରି ଏଭଳି ଟିଣ୍ଟେଡ୍ ଗ୍ଲାସ ବ୍ୟବହାରକାରୀ କାରକୁ ଟାର୍ଗେଟ କରୁଛନ୍ତି । ଅଟକାଇ ସେମାନଙ୍କ କାରର କଳାପରଦା ହଟାଇବା ସହ ନୂତନ ମୋଟରଯାନ ଆଇନ ଧାରା ୧୭୭ରେ ୫୦୦ଟଙ୍କା ଫାଇନ ଆଦାୟ କରୁଛନ୍ତି । ୫୦ରୁ ଅଧିକ କାରଠୁ ଫାଇନ ଆଦାୟ କରାଯାଇଛି । ଏପରିକି ଦାମି କାର ମଧ୍ୟ ଏହାର ହାବୁଡରେ ପଡିଛନ୍ତି ।

ଦରକାର ପଡିଲେ ଅନେକ ନେତା ଓ ମନ୍ତ୍ରୀଙ୍କ ସହ ସଚିବ ଓ ଅଫିସରଙ୍କ ଗାଡିରେ ମଧ୍ୟ ଧଳା ପରଦା ବ୍ୟବହାର କରାଯାଉଥିବାର ନଜିର ରହିଛି । ଅନୁମତି ନଥିଲେ ସେମାନଙ୍କ ଗାଡିକୁ ମଧ୍ୟ ଫାଇନ ଲାଗୁ ହୋଇପାରିବ । ଏଣୁ ଏମାନଙ୍କ କାର୍ ମଧ୍ୟ କମିଶନରେଟ୍ ପୋଲିସର ଟାର୍ଗେଟରେ ରହିଛି ।

Leave a Reply