ଓଲିଉଡ୍ ହିରୋ ବାବୁସାନଙ୍କ ଚାଲାଣ କାଟିଲା କମିଶନରେଟ୍ ପୋଲିସ

1 min read

ଭୁବନେଶ୍ୱର: ବିନା ହେଲମେଟରେ ବାଇକ୍ ଡ୍ରାଇଭିଂ । ପୁଣି ନିଜ ଫେସବୁକ ପେଜରେ ଭିଡିଓ ପୋଷ୍ଟ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଫସିଛନ୍ତି ଓଲିଉଡର ଚକୋଲେଟ୍ ହିରୋ ବାବୁସାନ୍ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ କମିଶନରେଟ୍ ପୋଲିସ ବାବୁସାନଙ୍କ ଚାଲାଣ କାଟିଛି । ଏନେଇ ଖୋଦ୍ କମିଶନରେଟ୍ ପୋଲିସ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି ।

ବିନା ହେଲମେଟରେ ଡ୍ରାଇଭିଂ ପାଇଁ ପୋଲିସ ତନ୍ମୟ ମହାନ୍ତି ଓରଫ୍ ବାବୁସାନଙ୍କ ନାଁରେ ଏକ ହଜାର ଟଙ୍କା ଚାଲାଣ କାଟିଛି । ଏଥିସହ ହେଲମେଟ୍ ପିନ୍ଧି ବାଇକ୍ ଚଳାଇବାକୁ କମିଶନରେଟ୍ ପୋଲିସ ବାବୁସାନଙ୍କୁ ପରାମର୍ଶ ଦେଇଛି ।କଳିଙ୍ଗ ନଗର ଅଞ୍ଚଳରେ ବିନା ହେଲମେଟରେ ବାବୁସାନ ବାଇକ୍ ଚଲାଇ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଗୋଟିଏ ମିନିଟ୍ ୧୫ ସେକେଣ୍ଡର ଭିଡିଓଟିକୁ ଫିଲ୍ମ ସୁଟିଂ ଭଳି କରିଥିଲେ ବାବୁସାନ୍ । କେତେବେଳେ ଟ୍ରାଫିକ୍ କ୍ରସ କରୁଥିଲେ ତ କେତେବେଳେ ସାଇଡ୍ ପୋଜ୍ ଦେଉଥିଲେ । ଲୋକଙ୍କୁ ପ୍ରଭାବିତ କରୁଥିବା ସେଲିବ୍ରିଟି ନିଜେ ଟ୍ରାଫିକ ନିୟମ ଭାଙ୍ଗିଥିଲେ । 

ପୋଲିସ ଚାଲାଣ କାଟିବା ପରେ ବାବୁସାନ ନିଜ ପେଜରୁ ଭିଡିଓଟିକୁ ଡିଲିଟ୍ କରି ଦେଇଛନ୍ତି । ଏନେଇ ତାଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Leave a Reply