ମାର୍କେଟରୁ ମଲ୍ ସବୁଠି ନିୟମକୁ ବେଖାତିର୍: ପୋଲିସ୍ କ୍ୟାମେରା ଦେଖିଲେ ମନେ ପଡ଼ୁଛି ନିୟମ

ଭୁବନେଶ୍ୱର: ବଢୁଛି କରୋନା ସଂକ୍ରମଣର ଗ୍ରାଫ୍ । ବ୍ରେକ ଦେବା ପାଇଁ ପ୍ରଶାସନର ଗଞ୍ଜାମ ପ୍ଳାନ୍ । ଆଗକୁ ପୂଜା ଥିବାରୁ ଏବେଠାରୁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ । ବଜାର କମିଟି, ବ୍ୟବସାୟୀ ସଂଘ ହାଟ ଓ ମାର୍କେଟ ସଂଘ ସହ ଚାଲିଛି ଆଲୋଚନା । ସେପଟେ ଗତ ସପ୍ତାହ ଭିତରେ ୨୧ ହଜାରରୁ ଅଧିକ ଆଇନ ଉଲଂଘନକାରୀଙ୍କ ବିରୋଧରେ ଚାଲାଣ କଟାଯାଇଛି । ଜୀବନ ଓ ଜୀବୀକାର ବାଟରେ ବାଧକ ଅମାନିଆ । ପୋଲିସ ଓ କ୍ୟାମେରା ଦେଖିଲେ ମନେ ପଡୁଛି ନିୟମ । ମାକେର୍ଟରୁ ମଲ୍, ଗଳିକନ୍ଦିରୁ ରାସ୍ତା, ସବୁଠି ନିୟମକୁ ବେଖାତିର ।

ଆଗକୁ ଶାରଦୀୟ ଦୁର୍ଗା ପୂଜା ଆସୁଥିବା ବେଳେ ଏବେଠାରୁ ମାର୍କେଟ, ହାଟ ଓ ମଲ ବୁଲି କର୍ମକର୍ତ୍ତାଙ୍କୁ ପରାମର୍ଶ ଦେବା ସହ ସହଯୋଗ ଲୋଡିଛି କମିଶନରେଟ ପୋଲିସ । ସେପଟେ ବ୍ୟବସାୟିକ ଦୃଷ୍ଟିକୋଣରୁ କୋଭିଡ ନିୟମକୁ ପାଳନ କରିବାକୁ ଏକାଠି ହୋଇଛି ମାର୍କେଟ ଆସୋସିଏସଏନ । ବେଆଇନ ପାର୍କିଂ ହେଉ ବା କୋଭିଡ କଟକଣାକୁ ଉଲଘଂନ, ନିୟମ ଭାଙ୍ଗିଲେ ପୋଲିସ କାଟୁଛି ଚାଲାଣ ।

ଗତ ସପ୍ତାହ ଭିତରେ କୋଭିଡ କଟକଣାକୁ ଉଲଘଂନ କରିବା ଅଭିଯୋଗରେ ଭୁବନେଶ୍ୱରରେ ୨୧ ହଜାର ଲୋକଙ୍କ ବିରୋରେ ଚାଲାଣ କାଟିଛି ପୋଲିସ । ୩୦ରୁ ଅଧିକ ଦୋକାନ ସିଲ ହୋଇଛି । ଗତ ୬ ମାସ ଧରି କରୋନା ସହ ଲଢେଇ କରୁଛି ଓଡିଶା । ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ଓ ପ୍ରଶାସନର ଅନେକ ପଦକ୍ଷେପ ନେଇଛି । ତଥାପି ସଚେତନ ହେବା ବଦଳରେ ଅମାନିଆ ସାବାଡ ହେଉ ନାହାନ୍ତି ।

 

Leave a Reply