ଜୁଏଲାରୀ ଲୁଟ୍ କରୁଥିବା ୩ ହାର୍ଡକୋର୍ ଅପରାଧୀ ଗିରଫ

କଟକ: ଭାଇଚାରାର ସହରରେ ବଢ଼ୁଛି କ୍ରାଇମ୍ । ସଞ୍ଜ ହେବା ଖଣି ମାତୁଛନ୍ତି ଲୁଟେରା । ଏହିଭଳି ୩ ଜଣ ହାର୍ଡକୋର ଅପରାଧୀକୁ କମିଶନରେଟ ପୋଲିସ ଗିରଫ କରିଛି । ଗତ ୨୫ ତାରିଖ ସନ୍ଧ୍ୟା ପ୍ରାୟ ୫ଟାରେ ନିମଚଉଡ଼ରେ ଥିବା ସାଇ ଅଳଙ୍କାରରୁ ଲୁଟ୍ ହୋଇଥିଲା । ବାଇକରେ ଆସି ୨ ଦୁର୍ବୃତ୍ତ ଅଳଙ୍କାର ଲୁଟ୍ କରିଥିଲେ । କର୍ମଚାରୀଙ୍କ ବେକରେ କଇଁଚି ଲଗାଇ ଲୁଟ୍ ବେଳେ ଧସ୍ତା ଧସ୍ତି ମଧ୍ୟ ହୋଇଥିଲା । ଏହା ଦୋକାନରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଥିଲା ।

ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଏସ୍.କେ ସହିଦ, ଏସ୍ କେ ସଦାମ ଓ ଏସ୍.କେ ଅସର ୩ ଜଣଙ୍କୁ ଗିରଫ । ଗିରଫଙ୍କ ନାଁରେ ଯଥାକ୍ରମେ ୧୨, ୧୫ ଓ ୩ଟି କେସ୍ ଥିବା ପୋଲିସ ସୂଚନା ଦେଇଛି । ଏପରିକି ଅଭିଯୁକ୍ତମାନେ ପୂର୍ବରୁ ଅଳଙ୍କାର ଦୋକାକନୀ ପାରସନାଥଙ୍କୁ ଦାଦାବଟି ମାଗିବା ସହ ଧମକ ଚମକ ଦେଇ ଆସୁଥିବା ଅଭିଯୋଗ ହୋଇଥିଲା ।

 

Leave a Reply