ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧାଙ୍କ ଆତଙ୍କରାଜ ଘଟଣା, ୧୮ ଗିରଫ

1 min read

ଭୁବନେଶ୍ୱର: ମାର୍କେଟ ବିଲ୍ଡିଂରେ ହରର୍ । ଫିଲ୍ମ ଷ୍ଟାଇଲରେ ଏଣ୍ଟ୍ରି । ମୁଖାପିନ୍ଧି ପ୍ରାୟ ଅଧ ଘଣ୍ଟାର ଆତଙ୍କ । ଗୋଡ଼ାଇଲେ ଯାହାକୁ ପାଇଲେ ପିଟିଲେ, ଉଠାଦୋକାନୀଙ୍କ ଦୋକାନ ବି ଭାଙ୍ଗିଲେ । ରାଜଧାନୀର ଶୁକ୍ରବାର ସନ୍ଧ୍ୟା ଥିଲା କିଛି ଏମିତି । ମୁଖାଧାରୀ ଦୁର୍ବୃତ୍ତଙ୍କ ଆତଙ୍କରାଜରେ ଥରି ଉଠିଥିଲା ରାଜଧାନୀର ଛାତି ।ମାର୍କେଟରେ ଗୁଣ୍ଡାରାଜ୍ ଘଟଣାରେ କମିଶନରେଟ୍ ପୋଲିସ ଗତକାଲି ୨ ଜଣଙ୍କୁ ଗିରଫ କରିଥିଲା । ଆଉ ଆଜି ୧୬ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛି । ଏଥିସହ ପୋଲିସ ୫ଟି ବାଇକ୍ ଜବତ କରିଛି ।ଗିରଫ ଦୁର୍ବୃତ୍ତମାନେ ଶୁକ୍ରବାର ସନ୍ଧ୍ୟାରେ ମାର୍କେଟ୍ ବିଲ୍ଡିଂରେ ଆତଙ୍କ ଖେଳାଇଥିଲେ । ମାରଣାସ୍ତ୍ର ଧରି ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ପାଖାପାଖି ୧୦୦ ଉଠାଦୋକାନୀଙ୍କୁ ଆକ୍ରମଣ କରିବା ସହ ଜିନିଷପତ୍ର ଭାଙ୍ଗି ଦେଇଥିଲେ । ଯାହାକୁ ନେଇ ମାର୍କେଟ୍ ବିଲ୍ଡିଂରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।

୨୫ରୁ ୩୦ଜଣ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ ୩ ଜଣ ଦୋକାନୀ ମଧ୍ୟ ଗୁରୁତର ଆହତ ହୋଇଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରୁ ସାଧାରଣ ଲୋକ ଓ ଗ୍ରାହକ ମଧ୍ୟ ବର୍ତ୍ତିନଥିଲେ । ପୋଲିସ ଘଟଣାର ୧୨ ଘଣ୍ଟା ମଧ୍ୟରେ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Leave a Reply