ଡି-ବଦର୍ସ ସାମ୍ରାଜ୍ୟ; କାଲି ନିଜ ଘରେ, ଆଜି ସହଯୋଗୀଙ୍କ ଘରେ ଚଢାଉ

1 min read

କଟକ: ଜେଲରେ ଡି-ବ୍ରଦର୍ସ । କିନ୍ତୁ ସହଯୋଗୀଙ୍କ ଜରିଆରେ ଚଳାଇଛନ୍ତି କଳା ଅପରାଧର ସାମ୍ରାଜ୍ୟ । ଗତକାଲି ଧଳସାମନ୍ତଙ୍କ କଟକ ସିଡିଏ ସେକ୍ଟର ୬ ନମ୍ବର ଘର ଚଢାଉ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ପରେ, ଏଭଳି ସୁରାକ ପାଇଛି କମିଶନରେଟ ପୋଲିସ । ଆଜି କଟକ ସହର ଓ ଏହାର ଉପକଣ୍ଠ ଅଞ୍ଚଳରେ ଥିବା ଧଳ ବ୍ରଦର୍ସଙ୍କ ସହଯୋଗୀଙ୍କ ଘରେ କମିଶନରେଟ ପୋଲିସ ଚଢାଉ କରିଛି ।

ସେପଟେ ସହଯୋଗୀଙ୍କ ଘରେ ଚଢାଉ ବେଳେ ଜବତ ହୋଇଛି ବହୁ ବନ୍ଧୁକ ଓ ଗୁଳି । ସେକ୍ଟର- 6 ନମ୍ବର ଘରେ ରହୁଥିବା ଧଳ ସାମନ୍ତଙ୍କ କର୍ମଚାରୀ କାରବାରରେ ସଂପୃକ୍ତ ଥିବା ପୋଲିସ ସନ୍ଦେହ କରି ସମସ୍ତଙ୍କୁ ପଚରାଉଚରା ଜାରି ରଖିଛି । ଏହି ଘଟଣାରେ ପୋଲିସ ପୂର୍ବରୁ ବନ୍ଧୁକ ସପ୍ଲାୟର୍ସ ସମେତ ତିନି ଜଣକୁ ଅଟକ ରଖି ପଚରାଉଚରା କରୁଛି ।

ଗତକାଲି ଡି-ବ୍ରଦର୍ସଙ୍କ ଘର ସମେତ ୧୦ରୁ ଅଧିକ ସ୍ଥାନରେ ଚଢାଉ କରିଥିଲା ପୋଲିସ । ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ କମିଶନରେଟ୍ ପୋଲିସର ୫ଟି ଟିମ୍ ଚଢାଉ କରି 500ରୁ ଅଧିକ ଗୁଳି ଓ 7ଟି ବନ୍ଧୁକ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିଲେ । ପୂର୍ବରୁ ହତ୍ୟା ମାମଲା, ବାଲିଘାଟରୁ ଦାଦା ବଟି ଆଦାୟ ଭଳି ବିଭନ୍ନ ମାମଲାରେ ୨୦୧୫ରୁ ଜେଲରେ ଅଛନ୍ତି ଧଳବ୍ରଦର୍ସ ।

Leave a Reply