ଜେଲରୁ ଗ୍ୟାଙ୍ଗ ଚଳାଉଛନ୍ତି ଡି-ବ୍ରଦର୍ସ ! ଘରୁ ଜବତ ହେଲା ବନ୍ଧୁକ ଓ ଗୁଳିଗୋଳା

1 min read
Commissionerate Police Raid On D-Brothers Residence, Ammunitions Seized

କଟକ: ଜେଲରେ ସଜ୍ଜା କାଟୁଛନ୍ତି ଡି-ବ୍ରଦର୍ସ । ହେଲେ ରେଡ୍ ପରେ ଘରୁ ମିଳିଛି ଏକାଧିକ ବନ୍ଧୁକ ସହ ଗୁଳିଗୋଳା । କଟକର ସିଡିଏ ସେକ୍ଟର-୬ ସ୍ଥିତ ଘର ସହ ୧୦ରୁ ଅଧିକ ସ୍ଥାନରେ କମିଶନରେଟ୍ ପୋଲିସ୍ ରେଡ୍ କରିଥିଲା । କଟକ ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ହୋଇଥିବା ରେଡରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ୭ଟି ବନ୍ଧୁକ ସହ ୫୦୦ରାଉଣ୍ଡ ଗୁଳି ଜବତ କରିଛି ପୋଲିସ ।

Commissionerate Police Raid On D-Brothers Residence, Ammunitions Seized

ଘରେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖାଯାଇଥିବା ନେଇ କମିଶନରେଟ୍ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଡି-ବ୍ରଦର୍ସଙ୍କ ଘରେ ରେଡ୍ କରିଥିଲା । କମିଶନରେଟ ପୋଲିସର ୫ଟି ସ୍ୱତନ୍ତ୍ର ଟିମ ଚଢ଼ାଉ କରିଥିବା ବେଳେ ରେଡର ନେତୃତ୍ୱ ନେଇଥିଲେ କଟକ ଡିସିପି ପ୍ରତୀକ ସିଂ । ଦିପୁ ହତ୍ୟା ମାମଲା, ବାଲିଘାଟରୁ ଦାଦାବଟି ଆଦାୟ ଭଳି ବିଭନ୍ନ ମାମଲାରେ ୨୦୧୫ରୁ ସଜା କାଟୁଛନ୍ତି ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ।

Commissionerate Police Raid On D-Brothers Residence, Ammunitions Seized

ଦୁହେଁ ଜେଲରେ ଥିବାବେଳେ ଘରୁ ରେଡ୍ ବେଳେ ଏତେ ସଂଖ୍ୟକ ବନ୍ଧୁକ ଓ ଗୁଳି ଜବତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଡି-ବ୍ରଦର୍ସ ଜେଲରୁ ଗ୍ୟାଙ୍ଗ ଅପରେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଛି । ଗତ ନଭେମ୍ବର ୧୦ ତାରିଖରେ ଡି-ବ୍ରଦର୍ସ ଲିଙ୍କରେ ସିଏମସିର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଥିଲା ।

ଏଥିସହ ପଢ଼ନ୍ତୁ- ତିନି ବର୍ଷରେ ତୃତୀୟ ଥର ପାଇଁ ଗିରଫ ହେଲେ ଡି’ ବ୍ରଦର୍ସ ସହଯୋଗୀ ରଞ୍ଜିତା ବିଶ୍ୱାଳ

Leave a Reply