ଗଞ୍ଜାମ ତପ୍ତପାଣି ଘାଟିରେ ଦୁର୍ଘଟଣା, ଓଲଟିଲା OJEE ପରୀକ୍ଷାର୍ଥୀଙ୍କୁ ନେଇ ଆସୁଥିବା ବସ୍

1 min read
College Bus Accident In Ganjam Taptapani Ghati, 20 Injured

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତପ୍ତପାଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିବା ଏକ କଲେଜ ବସ୍ ଓଲଟି ପଡ଼ିଛି । ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଉଷ୍ଣପ୍ରସବଣ ନିକଟ ପାଳୁଖୋଳା ୟୁ ସ୍ପଟ ଟର୍ଣ୍ଣିଂରୁ କଲେଜ ବସଟି ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ ବସଟି ଭୁବନେଶ୍ୱର ହାଇଟେକ୍ କଲେଜର ହୋଇଥିବା ସୂଚନା ମିଳୁଛି ।

College Bus Accident In Ganjam Taptapani Ghati, 20 Injured

ଗଜପତି ଜିଲ୍ଲା ଚାନ୍ଦିପୁଟରୁ ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବସଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । OJEE ଏଣ୍ଟ୍ରାନ୍ସ ଲାଗି ଛାତ୍ରଛାତ୍ରୀଙ୍କୁ ନେଇ (OR02 BS 0268) ବସ୍ ଭୁବନେଶ୍ୱର ଯାଉଥିଲା । ଦୁର୍ଘଟଣା ସ୍ଥଳରେ ପାଟପୁର ପୋଲିସ, ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତମାନଙ୍କୁ ୩ଟି ଗାଡ଼ିରେ ନେଇ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବ ବେଳେ ବସ୍ ଡ୍ରାଇଭର ଓ ହେଲପରଙ୍କ ବିଷୟରେ କୌଣସି ସୂଚନା ମିଳିନି । ତେବେ, କେଉଁ କାରଣରୁ ବସଟି ଓଲଟିଲା ଜଣାପଡ଼ିନାହିଁ ।

College Bus Accident In Ganjam Taptapani Ghati, 20 Injured

ଏହା ପୂର୍ବରୁ ଗତ ଜାନୁଆରୀ ମାସ ଶେଷ ସପ୍ତାହରେ ତପ୍ତପାଣି ଘାଟିର ପାଳୁଖୋଳା ୟୁ ଟର୍ଣ୍ଣିଂରେ ମଧ୍ୟ ଦୁର୍ଘଟଣା ଘଟିଥିଲା । ବସ୍ ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଥିଲେ । ଏବେ ପୁଣି ସେହି ସମାନ ସ୍ଥାନରେ ଦୁର୍ଘଟଣା ଘଟିଛି ।

ତପ୍ତପାଣି ଘାଟି ବସ୍ ଦୁର୍ଘଟଣାରେ ମିଳିଲା ମୃତକଙ୍କ ପରିଚୟ

Leave a Reply