ସୁକ୍‌ମାରେ ଯବାନଙ୍କୁ ଆକ୍ରମଣ: IED ବ୍ଲାଷ୍ଟରେ ଜଣେ କମାଣ୍ଡାଣ୍ଟ୍‌ ସହିଦ, ୧୦ ଗୁରୁତର

Naxal

ଛତିଶଗଡ଼: ଛତିଶଗଡ଼ ସୁକ୍‌ମାରେ ଆଇଡି ବ୍ଲାଷ୍ଟ । ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ, ୯ ଯବାନ ଗୁରୁତର । କୋବ୍ରା ୨୦୬ ବାଟାଲିଅନ ଉପରେ ନକ୍ସଲ ମାନେ ଆଇଡି ହମଲା କରିଛନ୍ତି । ଏହି ବିସ୍ଫୋରଣରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନୀତିନ ଭାଲେରାଓ ସହିଦ ହୋଇଥିବା ବେଳେ ୧୦ ସିଆରପିଏଫ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି ।

ଶନିବାର ରାତି ପ୍ରାୟ ୧୦ଟା ବେଳେ ଅପରେସନ ସାରି ଫେରୁଥିବା ବେଳେ ତାଡମେଟଲା ଅଞ୍ଚଳର ବୁର୍ଫାପାଲରୁ ୬କିଲୋମିଟର ଦୂରରେ ଯବାନଙ୍କ ଉଦ୍ଦେଶ୍ୟରେ ଆଇଡି ଖଞ୍ଜିଥିଲେ ନକ୍ସଲ । ଏନେଇ ସୁକମା ଏସପି କେଏଲ୍ ଧ୍ରୁବ ସୂଚନା ଦେଇଛନ୍ତି । ଆହତ ଯବାନଙ୍କୁ ହେଲିକପ୍ଟରରେ ଚିକିତ୍ସା ପାଇଁ ରାୟପୁର ନିଆଯାଇଛି । ରାସ୍ତାରେ ହିଁ ନୀତିନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଜଙ୍ଗଲରୁ ବାକି ଯବାନ ଫେରିବା ପରେ ହିଁ କଣ ଘଟିଥିଲା ସେନେଇ ଅଧିକ ସୂଚନା ମିଳିପାରିବ ବୋଲି ବସ୍ତର ଆଇଜି କହିଛନ୍ତି ।

Army

ସୂଚନାଯୋଗ୍ୟ, ଶନିବାର ସୁରକ୍ଷା ବାହିନୀ ତାଡମେଟଲା ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଯାଇଥିଲା । ସେହି ସମୟରେ ବିଳମ୍ବିତ ରାତିରେ ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ଏକ ସ୍ପାଇକ୍‌ହୋଲରେ ଫସି ଯବାନମାନେ ଆହତ ହୋଇଥିଲେ । ଆହତ ଯବାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି । ନକ୍ସଲମାନଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ବୁର୍କାପାଲ, ତେମଲୱାଡ଼ା ଏବଂ ଚିନ୍ତାଗୁଫା ଅଞ୍ଚଳରେ ମିଳିତ ଅପରେସନ୍ କରାଯାଇଥିଲା ।

Leave a Reply