କଟକରେ ନିୟମ ଲାଗୁ ପାଇଁ ୪ଟି ଏନଫୋର୍ସମେଣ୍ଟ ଟିମ୍

CMC setuped 1290 bed for Quarantine in TMC

ଭୁବନେଶ୍ୱର: କଟକ ମହାନଗର ନିଗମକୁ ଏଯାବତ୍ ବାହାରୁ ୫ ହଜାର ୧୦୧ ଜଣ ଫେରିଛନ୍ତି । ସେମାନଙ୍କ ପାଇଁ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି । ପ୍ରେସମିଟରେ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । ୩୮୯୨ ଲୋକ ହୋମ୍ କ୍ୱାରେଣ୍ଟାଇନରେ ଥିବାବେଳେ ୯୪୯ ଜଣ ସରକାରୀ କ୍ୱାରେଣ୍ଟାଇନରେ ରହିଛନ୍ତି । ଅବଶିଷ୍ଟ ୨୬୦ ଜଣ ପେଡ୍ କ୍ୱାରେଣ୍ଟାଇନରେ ଅଛନ୍ତି ।

କଟକ ସହରରେ ୧୮ଟି ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ ରହିଛି । ଯେଉଁଥିରେ ୧୨୯୦ ବେଡର ବ୍ୟବସ୍ଥା ହୋଇଛି । ୭ଟି ଟିଏମସି ଆକ୍ଟିଭ୍ ଥିବାବେଳେ ୧୭୧ ବେଡ୍ ବ୍ୟବହାର ହେଉଛି । ପେଡ୍ କ୍ୱାରେଣ୍ଟାଇନ୍ ପାଇଁ ୧୦ଟି ହୋଟେଲ ଚିହ୍ନଟ କରାଯାଇଛି । ପେଡ୍ କ୍ୱାରେଣ୍ଟାଇନ୍ ପାଇଁ ଦର ସ୍ଥିର କରାଯାଇଛି ।

କେମିତି ହେଉଛି ମନିଟରିଂ ?

ଏଥିପାଇଁ ଏକ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି । କଣ୍ଟ୍ରୋଲ ରୁମ୍ ନମ୍ବର ହେଉଛି ୭୦୭୭୭୭୫୫୫୫ । ଏହା ସକାଳ ୮ଟାରୁ ରାତି ୧୦ଟା ଯାଏଁ ଖୋଲା ରହୁଛି । ଏଠାରେ ଜଣେ ଡକ୍ଟର କିମ୍ବା ପାରା ମେଡିକାଲ ଷ୍ଟାଫ୍ ରହୁଛନ୍ତି । କଣ୍ଟ୍ରୋଲ୍ ରୁମକୁ ୱାର୍ଡ କମିଟି, ୧୦୪ ହେଲ୍ପ ଲାଇନ୍ ଓ ସ୍ଥାନୀୟ ଲୋକ ଖବର ଦେଉଛନ୍ତି । ହ୍ୱାଟ୍ସଆପ୍ ଗ୍ରୁପ୍ ତିଆରି ହୋଇଛି ।

୫୯ଟି ୱାର୍ଡ କମିଟି ସଚେତନତା ସୃଷ୍ଟି କରୁଛନ୍ତି । ବସ୍ତି ଅଞ୍ଚଳ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଆଶା, ଅଙ୍ଗନୱାଡ଼ି କର୍ମୀଙ୍କ ଦ୍ୱାରା ସ୍କ୍ରିନିଂ କରାଯାଉଛି । ବୟସ୍କ, ଛୋଟ ଛୁଆ, ଅକାଧିକ ରୋଗରେ ଆକ୍ରାନ୍ତ, ଗର୍ଭବତିଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯଉଛି ।

ଏନଫୋର୍ସମେଣ୍ଟ

ଅନୁଧ୍ୟାନ ପାଇଁ ୪ଟି ଜଏଣ୍ଟ ଏନଫୋର୍ସମେଣ୍ଟ ଟିମ୍ ଗଠନ ହୋଇଛି । ସିଏମସି, ସ୍ୱାସ୍ଥ୍ୟ ଓ ପୋଲିସକୁ ନେଇ ଟିମ୍ ଗଠନ କରାଯାଇଛି । ଘରୋଇ ହସ୍ପିଟାଲ ଗୁଡ଼ିକରେ ନିୟମତି ଚେକିଂ କରାଯାଉଛି । କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ତାର ଅନୁଧ୍ୟାନ କରାଯାଉଛି । ମାସ୍କ ପିନ୍ଧିବା ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି ।

କଟକ ମହାନଗର ନିଗମ ଅଞ୍ଚଳରେ ୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣଙ୍କ ଚିକିତ୍ସା ଚାଲିଛି । ୩୪ ସଂକ୍ରମିତଙ୍କ ମଧ୍ୟରୁ ୫ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ଯେଉଁମାନେ କି ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିଲେ ।

ବାହାରୁ କଟକ ସହର ଆସୁଥିବା ଲୋକଙ୍କ ହେଉଛି ପଞ୍ଜିକରଣ, ବୟସ୍କଙ୍କୁ ସ୍ୱତନ୍ତ୍ର ଧ୍ୟାନ

Leave a Reply