କରୋନା ଯୋଗୁଁ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ମିଳିବ ସରକାରୀ ଚାକିରି

1 min read

କୋଲକାତା: କରୋନା ଯୁଦ୍ଧରେ ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ମିଳିବ ସରକାରୀ ଚାକିରି । ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ଯେଉଁ କର୍ମଚାରୀ ପ୍ରାଣ ହରାଇଥିବେ ତାଙ୍କ ପରିବାର ଲୋକେ ହିଁ ଏହି ସୁବିଧା ପାଇପାରିବେ ।

Ek Umeed: Senior artists in Delhi pay tribute to COVID-19 warriors ...

ବାନାର୍ଜୀ କହିଛନ୍ତି ଯେ, କରୋନା ଭୂତାଣୁ ସଂକ୍ରମଣ ହେତୁ ରାଜ୍ୟ ସରକାରଙ୍କ ୧୨ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତ କର୍ମଚାରୀ, ଡାକ୍ତର, ପୋଲିସ କର୍ମଚାରୀ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ମରୋଣତ୍ତରଭାବେ ପଦକ ଓ ପ୍ରମାଣପତ୍ର ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯିବ ।

Pune: PMC to redraw containment zones on Monday

ଗୃହ ବିଭାଗ ସୂଚନା ମୁତାବକ, କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳ, ଜଲପାଇଗୁଡି, ମାଲଦା, ରାଇଗଞ୍ଜ ଏବଂ ସିଲିଗୁଡ଼ିର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ  ଦୃଷ୍ଟିରେ ରଖି ଜୁଲାଇ ୯ ଅପରାହ୍ନ ୫ଟାରୁ ପୂର୍ଣ୍ଣ ଲକ୍‌ଡାଉନ୍ ଲାଗୁ କରାଯାଇଛି ।

West Bengal screens over 1.4 lakh people, reports no positive case ...

ପଶ୍ଚିମବଙ୍ଗରେ ୩୨ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

ସଦ୍ୟ ପ୍ରାପ୍ତ ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗରେ କୋଭିଡ-୧୯ ଯୋଗୁଁ ଆଉ ୨୪ ଲୋକଙ୍କ ମୃତ୍ୟୁ ହୋଇଛି । ଏବଂ ୧୩୯୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ମଙ୍ଗଳବାର ପ୍ରାଣ ହରାଇଥିବା ଏହି ୨୪ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ ୯୮୦ ଜଣଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ବିଭାଗ ସୂଚନା ମୁତାବକ ନୂଆ କରି ଚିହ୍ନଟ ହୋଇଥିବା ୧୩୯୦ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ୩୨ ହଜାର ୮୩୮ରେ ପହଞ୍ଚିଛି ।  ତେବେ ରାଜ୍ୟରେ ଏବେ ମୋଟ ୧୧ ହଜାର ୯୨୭ ଜଣ ଚିକିତ୍ସାଧୀନ ଅଛନ୍ତି । ଏବଂ ସୋମବାରଠାରୁ ଏଯାଏଁ ମୋଟ ୭୧୮ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

Leave a Reply