ଲୋକାୟୁକ୍ତ ଖୋଲିବେ ବିଧାୟକ ପ୍ରଦୀପଙ୍କ ଦୁର୍ନୀତି ପେଡ଼ି, ମୁଖ୍ୟମନ୍ତ୍ରୀ କଲେ ସୁପାରିଶ

1 min read
Lokayukta

ଭୁବନେଶ୍ୱର: ଲୋକାୟୁକ୍ତ ଖୋଲିବେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ପେଡ଼ି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିର ତଦନ୍ତ କରିବ ଲୋକାୟୁକ୍ତ । ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାୟୁକ୍ତ ଗଠନ ହେବା ପରେ କୌଣସି ଦୁର୍ନୀତି ମାମଲାର ତଦନ୍ତ ପାଇଁ ଏହା ହେଉଛି ରାଜ୍ୟ ସରକାରଙ୍କ ପ୍ରଥମ ସୁପାରିଶ । ସରକାରରେ କୌଣସି ପ୍ରକାର ଦୁର୍ନୀତିକୁ ପ୍ରଶ୍ରୟ ନ ଦିଆଯିବାର ଏହା ଏକ ବଳିଷ୍ଠ ଉଦାହରଣ । ଦୁର୍ନୀତି ନେଇ କୌଣସି ଅଭିଯୋଗ ହେଲେ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଥିବା ଏହା ପ୍ରମାଣିତ କରୁଛି ।

Jail Or Bail For Gopalpur MLA Pradeep Panigrahi

ସୂଚନାଯୋଗ୍ୟ, ଟାଟା ମୋଟର୍ସ ନାଁରେ ଜାଲ ନିଯୁକ୍ତି ଓ ଅର୍ଥ ଠକେଇ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି । ସେ ଜାମିନ ପାଇଁ ଆବେଦନ କରିଥିଲେ । ସୋମବାର ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଶୁଣାଣି ବେଳେ ପ୍ରଦୀପଙ୍କ ଓକିଲ ଜାମିନ ଦେବା ପାଇଁ କହିଥିବା ବେଳେ ତଦନ୍ତ ଚାଲିଥିବାରୁ ଜାମିନ ନଦେବା ପାଇଁ ମତ ରଖିଥିଲା କ୍ରାଇମବ୍ରାଞ୍ଚ । ପୂର୍ବରୁ ଜାମିନ ପାଇଁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଥିଲେ ପ୍ରଦୀପ । କିନ୍ତୁ ଏହା ଖାରଜ ହୋଇଥିଲା । ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆଇପିସି ଧାରା ୪୧୯, ୪୨୦, ୪୬୭, ୪୬୯, ୪୭୧ ଓ ଧାରା ୧୨୦-ବି ଭଳି ସଂଗୀନ ଦଫା ଲାଗିଛି ।

Leave a Reply