କରୋନାରେ ଅଟକିବନି ନିଯୁକ୍ତି: ୯୦୫ ପୋଲିସ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ବିଧିବଦ୍ଧ ମଞ୍ଜୁରୀ, ଖୋଲିବ ଆଉ ୬ ନୂଆ ଥାନା

ଭୁବନେଶ୍ୱର: ୯୦୫ ପୋଲିସ ପଦବୀକୁ ବିଧିବଦ୍ଧ ଅନୁମତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ୨୨୦ ଥାନା, ୬ଟି ଆଉଟ ପୋଷ୍ଟ ସୁଦୃଢ ହେବ । ୬ଟି ନୂଆ ଥାନା ସୃଷ୍ଟି କରିବାକୁ ମଞ୍ଜୁରୀ ମିଳିଛି । ଖଣ୍ଡଗିରି ଥାନା, ଅନୁଗୁଳ ଟାଉନ ଥାନାର ହେବ ବିଭାଜନ । ସେହିପରି ଝାରସୁଗୁଡ଼ା ଟାଉନ ଥାନା, ଭଞ୍ଜନଗର ଥାନାର ବିଭାଜନ ହେବ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ତିହିଡି ଥାନାର ବିଭାଜନ ହେବ । ଅପରାଧ ନିୟନ୍ତ୍ରଣ ପାଇଁ ରାସନାଲାଇଜେସନକୁ ମଞ୍ଜୁରୀ ମିଳିଛି । ମାଓ ଉପଦ୍ରବ କମୁଥିବାରୁ ରାସନାଲାଇଜେସନ ସମ୍ଭବ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପୋଲିସରେ ୯୦୫ଟି ପଦବୀର ରାସନାଲାଇଜେସନକୁ ଅନୁମତି ଦେଇଛନ୍ତି । ରାସନାଲାଇଜେସନ ପ୍ରକ୍ରିୟାରେ ଓଡ଼ିଶାର ସମସ୍ତ ପୋଲିସ ଷ୍ଟେସନରେ ପୋଲିସ କର୍ମଚାରୀଙ୍କ ସଂଖ୍ୟା ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ ଡିଜି ଅଭୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଅପରାଧର ମାତ୍ରା କମାଇବା ପାଇଁ ଏବଂ ନାଗରିକ କେନ୍ଦ୍ରିକ ସେବା ଆରମ୍ଭ କରିବା ପାଇଁ ଏହି ରାସନାଇଲେଜନକୁ ଅନୁମତି ପ୍ରଦାନ କରିଛନ୍ତି ।

Leave a Reply