ଗାନ୍ଧୀ ମାର୍ଗରେ ପାଳନ ହେବ ୭୨ତମ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ

1 min read

ଭୁବନେଶ୍ୱର: କୋଭିଡ୍ ନିର୍ଦ୍ଦେଶାବଳୀ ଅନୁପାଳନ ସହ ଚଳିତ ବର୍ଷ ରାଜ୍ୟସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ ପାଳନ କରାଯିବ । ୨୬ ଜାନୁଆରୀ, ସକାଳ ୮ଟା ୩୦ ମିନିଟ୍ ସମୟରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବରେ ଜାତୀୟ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ।

କୋଭିଡ୍ ପରିପ୍ରେକ୍ଷୀରେ ଏଥର ଅପେକ୍ଷାକୃତ କମ୍ ଅତିଥି ଏବଂ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟାରେ କୋଭିଡ୍ ଯୋଦ୍ଧାମାନେ ଉପସ୍ଥିତ ରହିବେ । ଟିଭି ତଥା ସାମାଜିକ ଗଣମାଧ୍ୟମରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବ ।

CM Naveen Patnaik Will Guest Of Honour In 72nd Republic Day

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବାରବାଟୀ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରୁଥିଲେ । ୭୧ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ଏଥିରେ ପରିବର୍ତ୍ତନ କରାଯାଇଥିଲା । କଟକ ପରିବର୍ତ୍ତେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହୋଇଥିଲା ସାଧାରଣତନ୍ତ୍ର ଦିବସ । ଗତଥର ଭଳି ଚଳିତଥର ରାଜ୍ୟପାଳ ମୁଖ୍ୟ ଅତିଥି ରୂପେ ପତାକା ଉତ୍ତୋଳନ କରିବେ ।

Leave a Reply