ଭିଡିଓ କନଫରେନ୍ସିଂ ଜରିଆରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ କଥାହେବେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହେଉଛନ୍ତି ଫ୍ରଣ୍ଟଲାଇନର କୋଭିଡ୍ ଯୋଦ୍ଧା । କଟକ, ବାଲେଶ୍ୱର, ରାଉରକେଲା, ନୟାଗଡ଼ ପରେ ଭୁବନେଶ୍ୱର ଏମ୍ସର ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯୋଦ୍ଧାଙ୍କ ପ୍ରତି ଚିନ୍ତାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ବୁଧବାର ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିବେ ।ବିଶେଷକରି କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା, କେସ୍ ଟ୍ରେସିଂ ଆଦି କାର୍ଯ୍ୟରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀ କିଭଳି ଭାବେ ସୁରକ୍ଷିତ ରହିବେ । ସେମାନଙ୍କୁ ସୁରକ୍ଷିତ ରଖିବାକୁ କଣ ପଦକ୍ଷେପ ନିଆଯାଇ ପାରିବ ସେନେଇ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।

ଏହି କର୍ମଶାଳାରେ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ମେଡିକାଲ କଲେଜ କର୍ମଚାରୀ ଓ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ବରିଷ୍ଠ କର୍ମଚାରୀମାନେ ଯୋଗଦେବେ ବୋଲି ଜଣାପଡ଼ିଛି ।

କରୋନା ଯୋଦ୍ଧାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ, ଦେଲେ ସୁରକ୍ଷା ଓ ସମ୍ମାନର ପ୍ରତିଶ୍ରୁତି

Leave a Reply