ବାଲେଶ୍ୱରରେ ନବୀନଙ୍କ ଭର୍ଚୁଆଲ୍ ପ୍ରଚାର, କହିଲେ କାହିଁକି ଗଲେନି…

1 min read
CM Naveen Patnaik Virtual Campaign In Balasore Sadar Assembly Constituency

ବାଲେଶ୍ୱର: ଜମୁଛି ପ୍ରଚାର । ଆଉ ୪ ଦିନ ପରେ ଭୋଟ୍ । ଉପନିର୍ବାଚନ ଲାଗି ତିର୍ତ୍ତୋଲ ସହ ବାଲେଶ୍ୱର ସଦର ବିଧାନସଭା ଆସନରେ ପ୍ରଚାର ଜମୁଛି । ତିର୍ତ୍ତୋଲ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱର ସଦରବାସୀଙ୍କୁ ସମ୍ବୋଧିତ କହିଛନ୍ତି । ଭର୍ଚୁଆଲ୍ କ୍ୟାମ୍ପେନରେ ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ସ୍ୱରୁପ ଦାସଙ୍କ ଲାଗି ପ୍ରଚାର କରିଛନ୍ତି ।

ମୁଖ୍ୟମନ୍ତ୍ରୀ ୧୯୯୯ ମହାବାତ୍ୟାକୁ ମନେ ପକାଇ ସମ୍ବୋଧନ ଆରମ୍ଭ କରିଥିଲେ । ମହାବାତ୍ୟା କିଭଳି ଓଡ଼ିଶାକୁ ଛାରଖାର୍ କରିଥିଲା ମୁଖ୍ୟମନ୍ତ୍ରୀ କହିଥିଲେ । ଆଜି ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି । ଫାଇଲିନ୍ ବେଳେ ସତର୍କତାର ସହ ଓଡ଼ିଶା ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିଲା । ଯାହାକୁ ଜାତିସଂଘ ପ୍ରଂଶସା କରିଛି । ଦେଶର ଏକମାତ୍ର ରାଜ୍ୟ ଭାବେ ଓଡ଼ିଶା ସବୁ ଲୋକଙ୍କୁ ମାଗଣା କୋଭିଡ୍ ଚିକିତ୍ସା ଦେଉଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ସେ ଆହୁରି କହିଛନ୍ତି- ରାଜ୍ୟରେ କରୋନା ସୁସ୍ଥତା ବଢ଼ୁଥିବା ବେଳେ ସଂକ୍ରମଣ କମିଛି । କୋଭିଡ୍ ଯୋଦ୍ଧାଙ୍କ ନିଷ୍ଠା ଓ ଲୋ

CM Naveen Patnaik Virtual Campaign In Balasore Sadar Assembly Constituency

କଙ୍କ ସହଯୋଗ ଯୋଗୁଁ ଏସବୁ ସମ୍ଭବ ହୋଇପାରିଛି । ରାଜ୍ୟର କୋଭିଡ୍ ପରିଚାଳନାକୁ ବିଶ୍ୱ ପ୍ରଂଶସା କରୁଛି । ତେବେ, କାହିଁକି ପ୍ରଚାର ପାଇଁ ବାଲେଶ୍ୱର ଗଲେନି ବୋଲି ନିଜେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋ ପାଇଁ କେହି ବିପଦରେ ପଢ଼ନ୍ତୁ ମୁଁ ଚାହୁଁନାହିଁ । ସେଥିପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ମୁଁ ଆପଣମାନଙ୍କୁ ଭେଟୁଛି । କରୋନା ଦୂର ହେବା ପରେ ମୁଁ ବାଲେଶ୍ୱର ଆସିବି ଓ ଆପଣମାନଙ୍କୁ ଭେଟିବି ବୋଲି କହିଛନ୍ତି ।

ବାଲେଶ୍ୱରର ବିକାଶ ପାଇଁ ବହୁତ ସୁଯୋଗ ରହିଛି । ବସ୍ତିର ରହିଥିବା ଗରିବ ଲୋକଙ୍କ ଅଧିକାର ଓ ସେମାନଙ୍କ ସୁଯୋଗ ଉପରେ ଜୋର୍ ଦେଇ ଆସିଛି । ବାଲେଶ୍ୱରରୁ ବସ୍ତି ବିକାଶ କାମ ଆରମ୍ଭ ହୋଇଛି । ପ୍ରତି ବସ୍ତିକୁ ଆଦର୍ଶ କମ୍ୟୁନିଟି କରାଯାଉଛି । ଗରିବ ଲୋକଙ୍କୁ ଭୂମି ଅଧିକାର, ଗାଁରେ ଗରିବ ଭୂମିହୀନକୁ ଜମି ଘର ଦିଆଯାଉଛି । ମୌଳିକ ସୁବିଧା ଉପରେ ଫୋକସ୍ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଁ ସବୁବେଳେ ମୁଁ ଆପଣମାନଙ୍କ ସହିତ ରହିଛି । ଫକୀର ମୋହନ ସେନାପତି ମୋ ପ୍ରିୟ ଲେଖକ । ତାଙ୍କ ଲିଖିତ ଗଳ୍ପ ମୋତେ ବହୁତ ଭଲ ଲାଗେ ।

CM Naveen Patnaik Virtual Campaign In Balasore Sadar Assembly Constituency

ବାଲେଶ୍ୱରରୁ ମିସାଇଲ୍ ଟେଷ୍ଟ ବେଳେ ବିଜୁବାବୁ ଓ ଏପିଜେ ଅବଦୁଲ୍ କାଲାମଙ୍କୁ ମୁଁ ମନେ ପକାଏ । ଲୋକଙ୍କୁ କୋଭିଡ୍ ନିୟମ ମାନି ସାବଧାନତାର ସହ ଭୋଟ୍ ଦେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ବାଲେଶ୍ୱରର ବିକାଶ ଦାୟିତ୍ୱ ନିଜେ ବୁଝିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ଜିତାଇବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ୍ କ୍ୟାମ୍ପେନ୍ ପାଇଁ ବାଲେଶ୍ୱର ସହରାଞ୍ଚଳର ଆଇଆଇଟି ପଡ଼ିଆ, ସିଦ୍ଧି କଲ୍ୟାଣମଣ୍ଡପ ସହିତ ୪ଟି ସ୍ଥାନ ଓ ଗ୍ରାମାଞ୍ଚଳର ୪ଟି ସ୍ଥାନରେ ଏଲଇଡି ଲଗା ଯାଇଥିଲା । ସ୍ଥାନୀୟ ଲୋକ ଉତ୍ସାହର ସହ ସାମାଜିକ ଦୂରତା ରଖି, ମାସ୍କ ପିନ୍ଧି ଏଥିରେ ଯୋଗ ଦେଇଥିଲେ । ଆସନ୍ତା ୩ ତାରିଖରେ ଏଠାରେ ମତଦାନ ଓ ୧୦ ତାରିଖରେ ଭୋଟ୍ ଗଣନା ହେବ ।

Leave a Reply