ଆମ୍ବୁଲାନ୍ସକୁ ବାଟ ଛାଡ଼ି ପୁଣି ଉଦାହରଣ ସୃଷ୍ଟି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭିଡ଼ ଭିତରେ ଜୀବନ । କେତେ ମୁଲ୍ୟବାନ ? ଏ କଥାକୁ ଆଉଥରେ ପ୍ରମାଣିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ କାରକେଡକୁ ଅଟକାଇ ଆମ୍ବୁଲାନ୍ସକୁ ବାଟ ଛାଡ଼ି ପୁଣିଥରେ ସମସ୍ତଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ ।ରବିବାର, ସମୟ ସନ୍ଧ୍ୟା ୭ଟା ୪୮ ମିନିଟ୍ । ଲୋକସେବା ଭବନରୁ ନବୀନ ନିବାସ ଅଭିମୁଖେ ଫେରୁଥାନ୍ତି ମୁଖ୍ୟମନ୍ତ୍ରୀ । ଏତିକି ବେଳେ ଏଜି ଛକ ଦେଇ ଆସୁଥିଲା ଆମ୍ବୁଲାନ୍ସ । ମୁଖ୍ୟମନ୍ତ୍ରୀ ଆମ୍ବୁଲାନ୍ସକୁ ପ୍ରଥମେ ଯିବାକୁ ଦେବା ପାଇଁ ନିଜ କାରକେଡକୁ ଅଟକାଇ ଥିଲେ । ଆମ୍ବୁଲାନ୍ସ ଯିବା ପରେ ପଛରେ ଯାଇଥିଲେ ।

କିଛିଦିନ ତଳେ ମଧ୍ୟ ମୁଖ୍ୟମନ୍ତ୍ରୀ ଜୟଦେବ ବିହାରରୁ ନନ୍ଦନକାନନ ରୋଡରେ ଯିବାବେଳେ ନିଜ କାରକେଡ ଅଟକାଇ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଉଛି ।ବିଭିନ୍ନ ସମୟରେ ରାଜଧାନୀରେ ଭିଡ଼ ଭିତରେ ଆମ୍ବୁଲାନ୍ସ ଫସି ଲୋକଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ ନିଶ୍ଚୟ ।

ଉଦାହରଣ ସୃଷ୍ଟି କଲେ ମୁଖ୍ୟମନ୍ତ୍ରୀ, ନିଜେ ଅଟକି ଆମ୍ୱୁଲାନ୍ସକୁ ବାଟ ଛାଡ଼ିଲେ

Leave a Reply