୧୮୦ କୋଟି ଖର୍ଚ୍ଚ ହେବ, ୧୮ ମାସରେ ବଦଳିବ ବରମୁଣ୍ଡା ବସଷ୍ଟାଣ୍ଡର କଳେବର

1 min read
CM Naveen Patnaik Reviewed Barmunda Bus Stand Development Work

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡର ରୂପରେଖ ବଦଳିବ । ବସଷ୍ଟାଣ୍ଡ ଉନ୍ନତି କରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୀମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି । ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲର ନିର୍ମାଣ କାମ ୧୮ ମାସ ମଧ୍ୟରେ ସରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ନିର୍ମାଣ ପରେ ବରମୁଣ୍ଡା ଆକର୍ଷଣୀୟ ଦେଖାଯିବା ସହ ଏହା ଭୁବନେଶ୍ୱରର ଲ୍ୟାଣ୍ଡମାର୍କ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

CM Naveen Patnaik Reviewed Barmunda Bus Stand Development Work

୨୦୨୨ ଅଗଷ୍ଟ ସୁଦ୍ଧା ନୂଆ ରୂପ ନେବ ବରମୁଣ୍ଡା ବସ୍ ଟର୍ମିନାଲ । ଏଥିପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ୧୧ ଏକର ଜମିରେ ହେବ ବିଶ୍ୱ ସ୍ତରୀୟ ବସ୍ ଟର୍ମିନାଲ । ଭବିଷ୍ୟତ ସମ୍ପ୍ରସାରଣ ପାଇଁ ସାଢ଼େ ୪ ଏକର ଜମି ରହିବ । ଏହି ବସ୍ ଟର୍ମିନାଲରେ ଏକ୍ସାଭେଟର, ଏଲିଭେଟର, ୱାଇଫାଇ ସହ ବର୍ଜ୍ୟ ଜଳ ବିଶୋଧନ ପରି ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ଦୈନିକ ୨ ହଜାର ବସ୍ ଚଳାଚଳ କରିପାରିବ । ବସ୍ ଷ୍ଟାଣ୍ଡରେ ଅଣ୍ଡର ଗ୍ରାଉଣ୍ଡ ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା ରହିବ ।

CM Naveen Patnaik Reviewed Barmunda Bus Stand Development Work

ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତିକରଣ ଲାଗି ଏବେ ଖଣ୍ଡଗିରି ବାରିରେ ଅସ୍ଥାୟୀ ବସ ଟର୍ମିନାଲ୍ କାର୍ଯ୍ୟ କରିବ । ଏହି ନୂତନ ବସଷ୍ଟାଣ୍ଡ ଉନ୍ନତୀକରଣ କାର୍ଯ୍ୟର ଠିକା ବ୍ରିଜ୍ ଆଣ୍ଡ୍‌ ରୁଫ୍‌ କମ୍ପାନିକୁ ଦିଆଯାଇଛି । ମୋଟ ୧୫.୫ ଏକର ଜମିରୁ ଭବିଷ୍ୟତ ସମ୍ପ୍ରସାରଣ ପାଇଁ ୪.୫ ଏକର ଜମି ରହିବ । ବସଷ୍ଟାଣ୍ତକୁ ଟର୍ମିନାଲ ଅଞ୍ଚଳ ଏବଂ ବାଣିଜ୍ୟିକ ଅଞ୍ଚଳ ୨ଟି ପୃଥକ ପୃଥକ ଭାବେ ବିକଶିତ କରାଯିବ । ବସ୍‌ ଟର୍ମିନାଲକୁ ଯାତ୍ରୀମାନେ ଯେପରି ସୁବିଧାରେ ଯାତାୟତ କରିପାରିବେ ସେଥିପାଇଁ ଅଧିକ ସଂଖ୍ୟକ ସିଟି ବସ୍‌ ମଧ୍ୟ ଚଳାଚଳ କରିବ ।

CM Naveen Patnaik Reviewed Barmunda Bus Stand Development Work

ପ୍ରସ୍ତାବିତ ନୂତନ ବସ୍‌ ଟର୍ମିନାଲରେ ଫୁଡ୍‌ କୋର୍ଟରୁ ଆରମ୍ଭ କରି ଆବଶ୍ୟକୀୟ ପାର୍କିଂ ସହ ଏଲିଭେଟର ଓ ଏସ୍‌କ୍ଲାଭେଟର୍ ‌ ରହିବ । ସୌରଶକ୍ତି ବ୍ୟବସ୍ଥାରେ ବିଦ୍ୟୁତ ସଂଯୋଗ ହେବ । ବସଷ୍ଟାଣ୍ତ ଠାରୁ ବିଶାଖାପାଟଣା, ହାଇଦ୍ରାବାଦ, ରାୟପୁର, ରାଞ୍ଚି, କୋଲକାତା, ବେଙ୍ଗଳୁରୁ ସମେତ ଦେଶର ବିଭିନ୍ନ ସ୍ଥାନକୁ ନିୟମିତ ବସ୍‌ ଚଳାଚଳ କରିବ । ଆଜିର ସମୀକ୍ଷାରେ ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଭିକେ ପାଣ୍ଡିଆନ୍, ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ପ୍ରମୁଖ ଥିଲେ ।

Leave a Reply