ମୁଖ୍ୟମନ୍ତ୍ରୀଙ୍କୁ ଏଫ୍ଆଇଏଚ୍ ପ୍ରେସିଡେଣ୍ଟସ୍ ପୁରସ୍କାର

1 min read

ହକିର ବିକାଶରେ ଉଲ୍ଲେଖନୀୟ ଅବଦାନ ଲାଗି ଓଡ଼ିଶା ସରକରଙ୍କୁ ଅନ୍ତର୍ଜାତୀୟ ହକି ମହାସଂଘର ସମ୍ମାନଜନକ ଏଫ୍‌ଆଇଏଚ୍‌ ସଭାପତି ପୁରସ୍କାର ପ୍ରଦାନ କରାଯାଇଛି । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ଏଫ୍‌ଆଇଏଚ୍‌ ସଭାପତି ନରିନ୍ଦର ବାତ୍ରା ।  ଭାରତ-ଆମେରିକା ମଧ୍ୟରେ ଖେଳାଯାଇଥିବା ଅଲିମ୍ପିକ୍ସ ଯୋଗ୍ୟତା ମ୍ୟାଚ୍‌କୁ ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖେଳ ସରିବାପରେ ଏଫ୍‌ଆଇଏଚ୍‌ ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଓଡ଼ିଶା ଦେଶରେ କ୍ରୀଡ଼ାର ବିକାଶ ଲାଗି ତୁଲାଉଥିବା ଅଗ୍ରଣୀ ଭୂମିକା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ ନରିନ୍ଦର ବାତ୍ରା । ସୂଚନାଯୋଗ୍ୟ ପୁରୁଷ ହକି ବିଶ୍ୱକପ୍‌, ଚାମ୍ପିଆନ୍ସ ଟ୍ରଫି, ଏଫ୍ଆଇଏଚ୍‌ ବିଶ୍ୱ ହକି ଲିଗ୍‌ ଫାଇନାଲ୍ସ ଭଳି ପ୍ରତିଯୋଗିତାକୁ ସଫଳତାର ସହିତ ଆୟୋଜନ କରାଯାଇଥିଲା । ଏଥିଲାଗି ଏଫ୍‌ଆଇଏଚ୍‌ ପକ୍ଷରୁ ଓଡ଼ିଶା ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଫ୍‌ଆଇଏଚ୍‌ ପ୍ରେସିଡେଣ୍ଟସ୍ ପୁରସ୍କାର ଲାଗି ମନୋନୀତ କରାଯାଇଥିଲା  । ')}

Leave a Reply