ଶିବ ପ୍ରସାଦଙ୍କୁ ୩୨ ଲକ୍ଷ ୫୦ ହଜାର ଟଙ୍କା, ଜୟନ୍ତୀ ଏବଂ ଦୀପ ଗ୍ରେସ୍‌ଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

CM Naveen

ଭୁବନେଶ୍ୱର: ଷ୍ଟାର୍ ଖେଳାଳିଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ । ୨୦୧୯ ପାଇଁ ଶନିବାର ସରକାରଙ୍କ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ପ୍ରଦାନ କରାଯାଇଛି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବା ସହ ରାଜ୍ୟ ପାଇଁ ଗୌରବ ଅର୍ଜନ କରିଥିବାରୁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

Biju patnaik AWARD FOR SPORTS 2

କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜୟନ୍ତୀ ବେହେରା ଏବଂ ଦୀପ ଗ୍ରେସ୍ ଏକ୍କାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି । ଏହା ସହ ଉଭୟଙ୍କୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯାଇଛି ।

   Biju patnaik AWARD FOR SPORTS 2

ସେହିଭଳି ପୂର୍ଣ୍ଣିମା ଗିରି ଏବଂ ସବିତା ଗିରିଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ସେମାନଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ସହ ପଦକ ପ୍ରଦାନ କରାଯାଇଛି । କୋଚିଂରେ ଉତ୍କର୍ଷତା ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ସତ୍ୟ ରଂଜନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି । ତାଙ୍କୁ ଏକ ଲକ୍ଷ ଟଙ୍କା ନଗଦ ପୁରସ୍କାର ମଧ୍ୟ ଦିଆଯାଇଛି ।

Biju patnaik AWARD FOR SPORTS 2

ଅନ୍ୟପକ୍ଷରେ ଶିବ ପ୍ରସାଦ ଦାସଙ୍କୁ ୩୨ ଲକ୍ଷ ୫୦ ହଜାର ଟଙ୍କା ନଗଦ ପୁରଷ୍କାର ପ୍ରଦାନ କରାଯାଇଛି । ସେ ଦିବ୍ୟାଙ୍ଗମାନଙ୍କୁ କ୍ରୀଡ଼ାରେ ଅତି ଉନ୍ନତମାନର କୋଚିଂ ଦେଇଥିବାରୁ ତାଙ୍କୁ ଏହି ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

Biju patnaik AWARD FOR SPORTS 2

ଅନ୍ୟମାନଙ୍କ ମଧ୍ୟରେ ଚେସ୍ ଷ୍ଟାର ପଦ୍ମିନୀ ରାଉତ, ରଗ୍‌ବୀ ଷ୍ଟାର ହୁପି ମାଝି, ରାଜଶ୍ରୀ ମହାପାତ୍ର, ମନିଷା ମାରେଲ ଓ ପ୍ରତ୍ୟାସା ରାୟଙ୍କୁ ମଧ୍ୟ ନଗଦ ​​ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply