ଇଣ୍ଡୋନେସିଆ ବିମାନ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଇଣ୍ଡୋନେସିଆରୁ ଉଡ଼ାଣ ପରେ ଯାତ୍ରୀବାହୀ ବିମାନ ଧ୍ବଂସ । ଧ୍ୱଂସ ହୋଇଥିବା ବିମାନର ମିଳିଛି ଭଗ୍ନାବଶେଷ । ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ।

ତେବେ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ସମୁଦ୍ରରୁ ମିଳିଛି  । ପ୍ରଥମେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ମୋଟ୍‌ ୬୨ ଜଣଙ୍କୁ ନେଇ ଜାକର୍ତ୍ତାରୁ ଉଡ଼ିଥିଲା ବିମାନ । ଜାକର୍ତ୍ତାରୁ କାଲିମନ୍ତାନ ଯାଉଥିଲା । ଏହି ବିମାନରେ ଥିବା  ଯାତ୍ରୀଙ୍କ ମଧ୍ୟରେ ୬ଜଣ ଶିଶୁ ଥିଲେ  । ଜାକର୍ତ୍ତାରୁ ଉଡ଼ାଣ ଆରମ୍ଭ କରିଥିଲା ଇଣ୍ଡୋନେସିଆର ବୋଇଂ  ୭୩୭-୫୦୦ । ପ୍ରାୟ ୧୦ ହଜାର ଫୁଟ ଉପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା  । ଉଡ଼ାଣର ମାତ୍ର 5 ମିନିଟ୍‌ ଭିତରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଚୂରମାର ହୋଇଯାଇଛି ବିମାନ । ଇଣ୍ଡୋନେସିଆର ଏହି ବିମାନକୁ ସବୁଠୁ ଭଲ ବିମାନ ତାଲିକାରେ ରଖାଯାଇଥିଲା  । ବିମାନର ଦୁର୍ଘଟଣା ହେବାର ଆଶଙ୍କା ବହୁତ କମ୍‌ ଥିଲା ବୋଲି ଇଣ୍ଡୋନେସିଆ ସରକାର କହିଛନ୍ତି  । ଗତ ୨୬ ବର୍ଷ ହେଲା ଶ୍ରୀବିଜୟା ଏୟାର ଇଣ୍ଡୋନେସିଆରେ ସେବା ଯୋଗାଇ ଆସୁଛି  ।

ଏଥିସହିତ ପଢ଼ନ୍ତୁ: ସାର୍ବଜନୀନ ହେଲା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା

Leave a Reply