ରାଜ୍ୟରେ ଆରମ୍ଭ ହେଲା ପ୍ଲାଜମା ଥେରାପି, ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

CM Naveen Patnaik Inaugurated Plasma Therapy in SCB through Video Conferencing

ଭୁବନେଶ୍ୱର: ରାଜ୍ୟରେ ପ୍ଲାଜମା ଥେରାପିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଯୋଗେ ଉଦଘାଟନ କରିଛନ୍ତି । କଟକ ଏସସିବିରେ ପ୍ଲାଜମା ଥେରାପିକୁ ଉଦଘାଟିତ ହୋଇଛି । ପ୍ରଥମେ କରୋନାରେ ପୀଡ଼ିତ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଥିବା ଲୋକଙ୍କଠାରୁ ପ୍ଲଜ଼ମା ନିଆଯିବ । ଏବଂ କରୋନାରେ ଗୁରୁତର ରୋଗୀଙ୍କୁ ସେହି ପ୍ଲାଜମା ଦିଆଯିବ ।

ବର୍ତ୍ତମାନ କରୋନା ପାଇଁ କିଛି ଭ୍ୟାକ୍ସିନ ବାହାରି ନଥିବାରୁ ଏହି ପ୍ଲାଜମା ଥେରାପି ଏକ ବରଦାନ ଭଳି କାମ କରିବ । କରୋନା ରେଗୀଙ୍କୁ ପ୍ଲାଜମା ଦେବା ଆଗରୁ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । ଯଦି ରୋଗୀଙ୍କୁ ପ୍ଲାଜମା ଥେରାପି ଆବଶ୍ୟକ  ପଡ଼େ ତା ହେଲେ ହିଁ ପ୍ଲାଜମା ଦିଆଯିବ ବୋଲି କିମ୍ସ ହସ୍ପିଟାଲର ସିଇଓ ପ୍ରକାଶ କରିଛନ୍ତି ।

ରାଜ୍ୟରେ କୋଭିଡ୍‌ ପାଇଁ ପ୍ଲାଜ୍‌ମା ଥେରାପି ସେବା ମାଗଣାରେ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପ୍ଲାଜମା ବ୍ୟାଙ୍କ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ମୁଁ ଓ ମୋ ସରକାର ପାଇଁ ପ୍ରତ୍ୟକ ବ୍ୟକ୍ତିର ଜୀବନ ହେଉଛି ସବୁଠାରୁ ମୂଲ୍ୟବାନ ଏବଂ ଆମର ଲୋକ ମାନଙ୍କର ଜୀବନ ରକ୍ଷା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଁ ଘୋଷଣା କରିବାକୁ ଚାହେଁ ଯେ ଓଡ଼ିଶାର ଜନସାଧାରଣଙ୍କ ପାଇଁ ପ୍ଲାଜମା ଥେରାପି ମାଗଣାରେ ଉପଲବ୍ଧ ହେବ’

ଟିକା ଦେଶରେ ପରୀକ୍ଷାମୂଳକ ଅବସ୍ଥାରେ ଥିବାରୁ ପ୍ଲାଜ୍‌ମା ଥେରାପି କରୋନା ଲଢ଼େଇରେ ପ୍ରଭାବଶୀଳ ହେବ । ରାଜ୍ୟରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବାରୁ କାହାକୁ ବଞ୍ଚିତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତ । ସବୁ ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ଲାଜ୍‌ମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେବା ସହ ପ୍ଲାଜ୍‌ମା ଦାନ କରି ଗୁରୁତର କରୋନା ରୋଗୀଙ୍କୁ ବଞ୍ଚାଇ ହେବ ବୋଲି କହିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ କରୋନାରୁ ସୁସ୍ଥ ହୋଇଥିବା ୫ ଜଣ ଆଜି ପ୍ଲାଜମା ଦାନ କରିଛନ୍ତି । ସେମାନେ ହେଉଛନ୍ତି ଚିତ୍ତରଞ୍ଜନ ପରିଡ଼ା, ପଙ୍କଜ କୁମାର ବେହେରା, ଡକ୍ଟର ଚିଦ ଭୁଷଣ ପଣ୍ଡା, ମନୋଜ କୁମାର ବରାଳ ଓ ଅବିନାଶ ରାଉତ ପ୍ଲାଜମା ଦାନ କରିଛନ୍ତି । ପରବର୍ତ୍ତୀ ସମୟରେ କରୋନାରୁ ସୁସ୍ଥ ହୋଇଥିବା ଅନ୍ୟ ୧୨ ଜଣ ପ୍ଲାଜମା ଦେବେ । ଏମାନଙ୍କ ଭିତରେ କରୋନାରୁ ସୁସ୍ଥ ହୋଇଥିବା ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ପ୍ଲାଜମା ଦେବେ ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave a Reply