‘ଓଲିଉଡରେ ଅଜିତଙ୍କ ଛାପ, ମନେ ରଖିବେ ସମସ୍ତେ’

1 min read
cm-naveen-patnaik-has-expressed-deep-grief-at-the-passing-away-of-ajit-das

ଭୁବନେଶ୍ୱର: ଓଲିଉଡର ବର୍ଷୀୟାନ କଳାକାର ଅଜିତ୍ ଦାସ ଆଉନାହାଁନ୍ତି । ଅଜିତଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଜିତଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଜଣେ ଭେଟେରାନ କଳାକାରଙ୍କୁ ହରାଇଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଦିବଙ୍ଗତ ଅଜିତ୍ ଦାସ ଓଡ଼ିଆ ସିନେ ଜଗତ ପାଇଁ ଅଭିନେତା ଓ ନିର୍ଦ୍ଦେଶକ ଭାବେ ଅନେକ ଛାପ ଛାଡ଼ି ଯାଇଛନ୍ତି । ତାଙ୍କ ବିୟୋଗ ଓଡ଼ିଆ ସିନେ ଜଗତ ପାଇଁ ଅପୂରଣୀୟ କ୍ଷତି । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଡ୍ରାମା ବିଭାଗର ମୁଖ୍ୟ ଥିଲେ ।

ଅଜିତ୍ ଦାସଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା ଅଜିତ୍ ଦାସଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ଭାବରେ ମର୍ମାହତ । ତାଙ୍କ ମୃତ୍ୟୁରେ ଓଡ଼ିଶା ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଲା । ଦୀର୍ଘ ଦଶନ୍ଧି ଧରି ସେ ଓଡ଼ିଆ ଦର୍ଶକଙ୍କୁ ନିଜ କଳାର ଯାଦୁରେ ବାନ୍ଧି ରଖିପାରିଥିଲେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ସିନେ ଅଭିନେତା କହିଛନ୍ତି ଓଡ଼ିଆ ସିନେମା ଜଣେ ଅଭିଭାବକଙ୍କୁ ହରାଇଲା । ଶ୍ରୀତମ ଦାସ, ଅନୁ ଚୌଧୁରୀ, କୁନା ତ୍ରିପାଠୀ ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି । ଉତ୍ତମ ମହାନ୍ତି ଓ ମିହିର ଦାସ, ଅଜିତଙ୍କ ସହ କରିଥିବା ଅଭିନୟକୁ ମନେ ପକାଇ ମ୍ରିୟମାଣ ହୋଇ ପଡ଼ିଛନ୍ତି ।

Leave a Reply