ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଲାଗି ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ଦାବି କଲେ ମୁଖ୍ୟମନ୍ତ୍ରୀ

1 min read
CM Naveen Patnaik Demands Centre To Withdraw NMA Draft ByeLaws On Ekamra Kshetra

ଭୁବନେଶ୍ୱର: ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ଲାଗି ଦାବିକଲେ ମୁଖ୍ୟମନ୍ତ୍ରୀ ନବୀନ ପଟଟ୍ଟନାୟକ । ଜାତୀୟ ସ୍ମାରକୀ ପ୍ରାଧିକରଣ (NMA) ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଲାଗି ଜାରି କରିଥିବା ପ୍ରସ୍ତାବିତ ଅଧିନିୟମକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରିନିଅନ୍ତୁ । ଏଥିସହ ସମ୍ବେଦନଶୀଳ ଧାର୍ମିକ ପ୍ରସଙ୍ଗରେ କେନ୍ଦ୍ରୀୟ ସଂସ୍ଥା କୌଣସି ନିଷ୍ପତ୍ତି ନେଲାବେଳେ ରାଜ୍ୟକୁ ବିଶ୍ୱାସକୁ ନେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଓଡ଼ିଶାର ସମସ୍ତ ସାଂସଦ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ କେନ୍ଦ୍ର ସରକାର ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କ ନିକଟରେ ଉପସ୍ଥାପନ କରିବାକୁ ନବୀନ ଅନୁରୋଧ କରୁଛନ୍ତି । ଜାତୀୟ ସ୍ମାରକୀ ପ୍ରାଧିକରଣର ପ୍ରସ୍ତାବିତ ବାଇ-ଲ’ ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଛି । ଏହା ସେବାୟତଙ୍କ ଜୀବନଜୀବିକା ସହ ଶ୍ରୀଲିଙ୍ଗରାଜ ମନ୍ଦିରର ନୀତିକାନ୍ତି ସୁପରିଚାଳନା ଉପରେ ପ୍ରଭାବ ପକାଇବ ବୋଲି ନବୀନ କହିଛନ୍ତି ।

ଏଥିସହ ପଢ଼ନ୍ତୁ- ଓଡ଼ିଶା ଦାବି ରହିଲା, ବିବାଦୀୟ NMA ବାଇ-ଲ’ ହଟିଲା

ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ଏକାମ୍ର କ୍ଷେତ୍ର ସହ ପୁରୀ ଜଗନ୍ନାଥ ମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ‘ ପ୍ରକାଶ କରିଥିଲା । ପ୍ରବଳ ବିରୋଧ ଓ ରାଜ୍ୟ ସରକାରଙ୍କ ଅନୁରୋଧ ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପୁରୀ ଜଗନ୍ନାଥ ମନ୍ଦିର ଲାଗି ପ୍ରସ୍ତାବିତ ବାଇ-ଲ‘କୁ ପ୍ରତ୍ୟାହାର କରି ନେଇଥିଲେ । ଏବେ ଏକାମ୍ର କ୍ଷେତ୍ର ଲାଗି ପ୍ରସ୍ତାବିତ ବାଇ-ଲ‘କୁ କେନ୍ଦ୍ର ତୁରନ୍ତ ପ୍ରତ୍ୟାହାର କରି ନେଉ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

Leave a Reply