କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ, ୮ ମୃତ ! ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

CM Naveen

ଅହମ୍ମଦାବାଦ: ଅହମ୍ମଦାବାଦ କୋଭିଡ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସେ  ଟ୍ୱିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଯେଉଁମାନେ ଗୁରୁତର ହୋଇଛନ୍ତି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୃତକଙ୍କ ପରିବାରକୁ ଏଭଳି ପରିସ୍ଥିତି ମୁକାବିଲା ପାଇଁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ ବୋଲି ଟ୍ୱିଟ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Naveen Pattnaik Tweet on Covid Hospital Fire

ସୂଚନାଯୋଗ୍ୟ ଯେ, ଅହମ୍ମଦାବାଦର ଏକ ଘରୋଇ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ଏହି ହସ୍ପିଟାଲରେ ୫୦ ଜଣ କରୋନା ରୋଗୀଙ୍କ ଚିକିତ୍ସା ହେଉଥିଲା । କୌଣସି କାରଣରୁ ହସ୍ପିଟାଲର ଆଇସିୟୁ ୱାର୍ଡରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଅଗ୍ନିକାଣ୍ଡ ପରେ ସେଠାରେ ଅନ୍ୟ ରୋଗ ପାଇଁ ଚିକିତ୍ସା ହେଉଥିବା କିଛି ରୋଗୀଙ୍କ ଅବସ୍ଥା ଗୁରୁତର ହୋଇଛି । ସେହିଭଳି ପ୍ରାୟ ୪୦ ଜଣ ଗୁରୁତରଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ।

ଅନ୍ୟପଟେ ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଟଙ୍କା ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ଦିଆଯିବ ବୋଲି ସୂଚନା ମିଳିଛି । ଏହି ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ଘୋଷଣା କରାଯାଇଛି ।

ଅନ୍ୟପଟେ ଆହତଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି ମୋଦି । ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏବଂ ମେୟର ବିଜଲ ପଟେଲଙ୍କ ସହ ସ୍ଥିତି ବିଷୟରେ ଆଲୋଚନା ମଧ୍ୟ କରିଛନ୍ତି ମୋଦି । ଏହି ଅଗ୍ନିକାଣ୍ଡରେ ପ୍ରଭାବିତଙ୍କୁ ପ୍ରଶାସନ ଯଥା ସମ୍ଭବ ସହାୟତା ଯୋଗାଇ ଦେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply