ଝଲସୁଛି ବେଳାଭୂମି, ପୁରୀ କୋଣାର୍କ ମେରିନ୍ ଡ୍ରାଇଭରେ ଆରମ୍ଭ ହେଲା ୪୯ ଦିନିଆ ଉତ୍ସବ

1 min read

ପୁରୀ : ଉଦଘାଟିତ ହେଲା ମେରିନ୍ ଡ୍ରାଇଭ୍ ଇକୋ ରି-ଟ୍ରିଟ୍ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଣାର୍କ-ପୁରୀ ବେଳାମାର୍ଗ ସାହୁଖଣତା ରାମଚଣ୍ଡୀ ମୁହାଣ ନିକଟରେ ଏହାର ଉଦଘାଟନ କରିଛନ୍ତି । ପୂର୍ବଭାରତରେ ଏଭଳି ଉତ୍ସବ ପ୍ରଥମ କରି ଆୟୋଜନ କରାଯାଇଥିବା ବେଳେ, ଦେଶୀ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ବୁଲି ଆସିବାକୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟକଙ୍କୁ ଆମନ୍ତ୍ରଣ କରିଛନ୍ତି । ଓଡ଼ିଶା ଭାରତର ବେଷ୍ଟ କେପ୍ଟ ସିକ୍ରେଟ୍ ବୋଲି କହିଥିଲେ ଅତିଥି ।

ଏଥିରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର , ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ବରିଷ୍ଠ ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାଏ, ପ୍ରସାନ୍ତ ଜଗଦେବ, ଜଗତସିଂହପୁର ସାଂସଦ, ଓଟିଡିସି ଅଧ୍ୟକ୍ଷ, କେନ୍ଦ୍ରାଞ୍ଚଳ ଆରଡିସି, ୫-ଟି ସଚିବ, କେନ୍ଦ୍ରାଞ୍ଚଳ ଆଇଜି, ପର୍ଯ୍ୟଟନ ସଚିବ, ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ । 

ଦୀର୍ଘ ଦେଢମାସ ଧରି ଅର୍ଥାତ ଚଳିତ ଆଜିଠାରୁ ୨୦୨୦ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ୪୯ ଦିନ ପର୍ଯ୍ୟନ୍ତ ଉତ୍ସବ ମୁଖର ରହିବ ସ୍ୱର୍ଣ୍ଣିଭ ଚନ୍ଦ୍ରଭାଗା-ରାମଚଣ୍ଡୀ ବେଳାଭୂମି । କୋଣାର୍କ-ପୁରୀ ବେଳାମାର୍ଗ ସାହୁଖଣତା ରାମଚଣ୍ଡୀ ମୁହାଣ ନିକଟରେ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ ଉତ୍ସବ ସ୍ଥଳୀରେ ପ୍ରଥମ ଦିନରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା। ପ୍ରତିଦିନ ଦୁଃସାହସିକ ଜଳକ୍ରୀଡା କାର୍ଯ୍ୟକ୍ରମ ଜେଟିକ୍ସ, ସ୍ପୀଡ଼ ବୋଟ୍,ବନାନା ରାଇଡ, ଏ ଟିଭି ରାଇଡ଼ି, ବାଇସାଇକେଲେ, ଆର୍ଚେରୀ, ରାଇଫଲ ସୁଟିଂ, ୱାଟର ରୋଲର,ବଡ଼ି ଜମ୍ପିଙ୍ଗ, ଟ୍ରାମ୍ପୋଲି ଭଳି ସମସ୍ତ ସୁବିଧା ଏଠାରେ ଉପଲବ୍ଧ ଅଛି । ଉତ୍ସବ ସ୍ଥଳୀରେ ୪ଟି ନୂଆ ରେସ୍ତୋରାଁ ଓ ବାର ମଧ୍ୟ ରହିଛି । ସିଫୁଡୁ,କ୍ରାଫ୍ଟ ଓ ମ୍ୟୁଜିକରେ ଝୁମିବେ ପର୍ଯ୍ୟଟକ ।

୨୦୨୦ ନୂଆବର୍ଷ ପାଳନ କରିବା ପାଇଁ ବେଳାଭୂମିରେ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହେବ।  ଆଗୁଆ ଅନଲାଇନ ବୁକିଙ୍ଗ ଆରମ୍ଭ ହୋଇଥିବା ପର୍ଯ୍ୟଟନ ବିଭାଗ ସଚିବ ଵିଶାଲ ଦେବ ସୂଚନା ଦେଇଛନ୍ତି । ମାସେ ବଦଳରେ ଦେଢ଼ ମାସ ଅର୍ଥାତ ଡିସେମ୍ବର ୧୪ ରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଉତ୍ସବ। ଗୁଜୁରାଟର କଛରେ ଅନୁଷ୍ଠିତ ହେଉଥିବା ରେନ ଉତ୍ସବ ଢାଞ୍ଚାରେ ଏହି ଉତ୍ସବର ଆୟୋଜନ କରାଯାଇଛି । ଦେଶର ଗୁଜରାଟ ପରେ ଓଡ଼ିଶା ଦିତୀୟ ରାଜ୍ୟ ଯିଏ ଏଭଳି ବେଳାଭୂମି ମହୋତ୍ସବର ଆୟୋଜନ କରିଛି । ଦେଶ ବିଦେଶର ପର୍ଯ୍ୟଟକଙ୍କ ଆଗମନ ହେବ ବିଶ୍ଵ ପ୍ରସିଦ୍ଧ କୋଣାର୍କକୁ । ଡିଲକ୍ସ, ପ୍ରିମିୟମ ଓ ସୁପର ପ୍ରିମିୟମ ଏହିପରି, ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଛି । 

ସେହିପରି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇ ଥିବାବେଳେ ଟ୍ରାଫିକ ବନ୍ଦୋବସ୍ତ ମଧ୍ୟ କଡା କଡି କରାଯାଇଛି । ପୁରୀ ପଟୁ ଆସୁଥିବା ପର୍ଯ୍ୟଟକଙ୍କ ଗାଡ଼ି ରାମଚଣ୍ଡୀ ଓ ଭୁବନେଶ୍ୱର ପଟୁ ଆସୁଥିବା ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ଚନ୍ଦ୍ରଭାଗାରେ ପର୍କିଙ୍ଗ ବ୍ୟବସ୍ଥା କରାଯାଇଛି।

ପ୍ରତିଦିନ ସନ୍ଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶାର ପାରମ୍ପରିକ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ସେହିପରି ପ୍ରତି ଶନିବାର ଷ୍ଟାର ନାଇଟ୍ ଆୟୋଜନ ହେବାର କାର୍ଯ୍ୟକ୍ରମ ଅଛି । ବଲିଉଡର କଣ୍ଠ ଶିଳ୍ପୀମାନେ ପରିବେଷଣ କରିବେ ରଂଗାରଂଗ ସଂଗୀତ । ଆଜି ସନ୍ଧ୍ୟରେ ୟୁଫୋରୀଆ ବ୍ରାଣ୍ଡରେ ଝୁମିଛନ୍ତି ଅତିଥି ।

Leave a Reply