କିଡ୍‌ନୀ ପ୍ରତିରୋପଣ କରିଥିବା ଡାକ୍ତରି ଟିମ୍‌କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଲୋକସେବା ଭବନରେ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମର ପି.ପ୍ରିୟଙ୍କାରାଣୀଙ୍କ ମୃତ୍ୟୁ ପରେ ତାଙ୍କର ଦୁଇଟି କିଡ୍‌ନୀକୁ ଅନ୍ୟ ଜଣଙ୍କ ଦେହରେ ପ୍ରତିରୋପଣ କରାଯାଇଥିଲା ।

ମୃତ୍ୟୁ ସହ ସଂଗ୍ରାମ କରୁଥିବା ବରଗଡର ଫିରୋଜ ସାହୁଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା କିଡ୍‌ନୀ । ସଫଳତାର ସହ ଏହି ବିରଳ ଅସ୍ତ୍ରୋପ୍ରଚାର କରିଥିଲେ ଏସ୍‌ସିବି ମେଡିକାଲ କଲେଜ୍‌, କଟକ ଓ ଆପୋଲ ହସ୍ପିଟାଲର ମିଳିତ ଡାକ୍ତରୀ ଟିମ୍‌ ।

ଏହି ସମସ୍ତ ଡାକ୍ତରଙ୍କୁ ଆଜି ଲୋକସେବା ଭବନରେ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରଥମ କାଡାଭାରିକ କିଡନୀ ପ୍ରତିରୋପଣ ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ମାଇଲ୍‌ଖୁଣ୍ଟ ବୋଲି କହି ଡାକ୍ତରଙ୍କୁ ପ୍ରସଂଶା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଡାକ୍ତର ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏଥିସହ ଅଙ୍ଗଦାନ ଦ୍ଵାରା ଅନ୍ୟମାନଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି କହିଛନ୍ତି ।

ସେଥିପାଇଁ ଆବଶ୍ୟକ ପଡ଼ିଲେ ହେଲିକେପ୍ଟର ଯୋଗାଇ ଦିଆଯିବ ବୋଲି ମଧ୍ୟ ସେ ଗୁରୁତ୍ବାରୋପ କରିଛନ୍ତି ।

Leave a Reply