ବିଦେଶୀ ବାଲୁକାଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ହୋଇଛି ବାଲୁକାକଳା ଉତ୍ସବ । ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିବା ବିଦେଶୀ ବାଲୁକାଶିଳ୍ପୀ ମାନଙ୍କୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଆମେରିକା, କାନାଡ଼ା, ରୁଷିଆ, ଆୟାର୍ଲାଣ୍ଡ, ଡେନମାର୍କ ଓ ଟୋଗୋର ୬ଜଣ ଶିଳ୍ପୀ ଏହି ଉତ୍ସବରେ ଯୋଗ ଦେଇଥିଲେ ।ପର୍ଯ୍ୟଟନ ନିର୍ଦ୍ଦେଶକ କୋଣାର୍କ ବାଲୁକାକଳା ଉତ୍ସବ ଉପରେ ଏକ ଭିଡିଓ ଉପସ୍ଥାପନା କରିଥିଲେ । ଚଳିତବର୍ଷ ଏହି କାର୍ଯ୍ୟକ୍ରମରେ ୧୨୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଡିସେମ୍ବର ୧ରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଆଜି ଶେଷ ହେବାକୁ ଯାଉଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିଥି ଶିଳ୍ପୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାର କଳା, ପରମ୍ପରା ଉପରେ ସେମାନଙ୍କୁ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର୍. ବାଲକ୍ରିଷ୍ଣନ ଏବଂ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a Reply