ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ହେଲେ ସଞ୍ଜୟ ଦାସବର୍ମା

BJD Leader Sanjay Dasburma Demands Center To Withdraw Cess On Fuel

ଭୁବନେଶ୍ୱର: କ୍ୟାବିନେଟ୍ ପାହ୍ୟା ସହ ନୂଆ ଦାୟିତ୍ୱ । ବ୍ରହ୍ମଗିରିର ଟାଣୁଆ ନେତା ସଞ୍ଜୟ ଦାସବର୍ମାଙ୍କୁ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଦୀର୍ଘ ଦିନ ହେଲା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ଖାଲି ପଡ଼ିଥିଲା ।

ବ୍ରହ୍ମଗିରି ବିଧାନସଭା ଆସନରୁ ସଞ୍ଜୟ ୨୦୦୯ ଓ ୨୦୧୪ ନିର୍ବାଚିତ ହୋଇଥିଲେ । ୨୦୧୪ରେ ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ ହୋଇଥିଲେ । ୨୦୦୯ରୁ ୨୦୧୪ ବିଜେଡି ଉପମୁଖ୍ୟ ସଚେତକ ଭାବେ କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିଥିଲେ ।

ଏବେ ରାଜ୍ୟସଭାରେ ୪ଟି ସିଟ୍ ଖାଲିଥିବା ବେଳେ ସଞ୍ଜୟଙ୍କୁ ରାଜ୍ୟସଭା ଯିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ତେବେ, ରାଜ୍ୟରେ ରହି ରାଜ୍ୟବାସୀଙ୍କ ସେବା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ଯୁବନେତା ସଞ୍ଜୟ ଦାସବର୍ମା ।

ମୁଖ୍ୟମନ୍ତ୍ରୀ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେବା ପରେ ସଞ୍ଜୟ କୃତଜ୍ଞତା ଜଣାଇଛନ୍ତି । ରାଜ୍ୟ ଯୋଜନା ବୋର୍ଡକୁ କିଭଳି ଅଧିକ କ୍ରିୟାଶୀଳ କରାଯିବ ସେନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି । ଆସନ୍ତାକାଲି ସେ ଦାୟିତ୍ୱ ଗ୍ରହଣ କରିବେ ।

Leave a Reply