ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ପ୍ୟାକେଜ୍

1 min read
CM Announces Rs.289.42 Crore Package for MSMEs to Combat Pandemic Challenge

ଭୁବନେଶ୍ୱର: କରୋନା କାଳରେ ଉଜୁଡ଼ି ପଡ଼ିଥିବା ଅର୍ଥନୀତିକୁ ସଜାଡ଼ିବା ଲାଗି ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ । ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି । ଏମଏସ୍ଏମ୍ଇ କ୍ଷେତ୍ର ଲାଗି ୨୮୯.୪୨ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

CM Announces Rs.289.42 Crore Package for MSMEs to Combat Pandemic Challenge

ପ୍ୟାକେଜରେ ଅନେକ ସହାୟତା ରହିଛି । ଯେପରିକି- ସୁଧ ପାଇଁ ଅନୁଦାନ, ସବସିଡି ଉପରେ ସବସିଡି, ରାଜ୍ୟ ଜିଏସଟି ଫେରସ୍ତ ଓ ସଂସ୍ଥାର ବାର୍ଷିକ ରକ୍ଷଣବେକ୍ଷଣ ଖର୍ଚ୍ଚ ଛାଡ଼ ସୁବିଧା ରହିଛି । ଏହାଦ୍ୱାରା ରାଜ୍ୟର ବିଶେଷକରି ମହିଳା ଏବଂ ଦୁର୍ବଳ ଶ୍ରେଣୀର ଏମଏସ୍ଏମ୍ଇ କ୍ଷେତ୍ର କୋଭିଡ୍ ଯୋଗୁଁ ଉପୁଜିଥିବା ଚ୍ୟାଲେଞ୍ଜକୁ ମୁକାବିଲା ପାଇଁ ସକ୍ଷମ ହେବେ । ୧ ଲକ୍ଷ ୭୦ ହଜାର ଏମଏସ୍ଏମ୍ଇକୁ ସୁଧ ପାଇଁ ଅନୁଦାନ ସହୟତା ମିଳିବ । ବ୍ୟବସ୍ଥା ଅନୁଯାୟୀ ସୁଧ ଉପରେ ଅନୁଦାନ ଏମଏସ୍ଏମ୍ଇକୁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମରେ ଗୋଟିଏ ବର୍ଷ ମୋରାଟୋରିୟମ୍ ଭାବେ ମିଳିବ ।

ମହିଳାଙ୍କ ଦ୍ୱାରା ପରିଚାଳିତ ୪୦ ପ୍ରତିଶତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଲାଗି ୧୦୮.୨୯ କୋଟି ଟଙ୍କା ଦିଆଯାଇଛି । ପିଏମ୍ଇଜିପି ଅଧିନରେ ୨୦୨୦-୨୧ ବର୍ଷ ପାଇଁ ଆର୍ଥିକ ଦୁର୍ବଳ ବର୍ଗକୁ ସବସିଡି ଉପରେ ସବସିଡି ୫ ପ୍ରତିଶତ ପ୍ରମୋଟର କଣ୍ଟ୍ରିବୁସନ ଆକାରରେ ବ୍ୟବସ୍ଥା ହୋଇଛି । ଏଥିପାଇଁ ୨୭ କୋଟି ଟଙ୍କା ଦିଆଯାଇଛି । ଏହା ଆର୍ଥିକ ଦୁର୍ବଳ ଶ୍ରେଣୀକୁ ମହାମାରୀ ସଂକଟ ସମୟରେ ସହାୟତା କରିବ ।

CM Announces Rs.289.42 Crore Package for MSMEs to Combat Pandemic Challenge

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସହାୟତା ଯୋଜନା ଅଧିନରେ କେନ୍ଦ୍ରର ୬୦ ଓ ରାଜ୍ୟର ୪୦ ପ୍ରତିଶତ ଅନୁଦାନ ଉପରେ ଅତିରିକ୍ତ ୧୫ ପ୍ରତିଶତ ଟପ୍-ଅପ୍ ସବସିଡି ଏକ ହଜାର ୟୁନିଟ୍ ପାଇଁ ଚଳତି ଆର୍ଥିକ ବର୍ଷରେ ଦିଆଯିବ । ଏଥିପାଇଁ ସ୍କିମରେ ୧୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କୋଭିଡ୍ ସହାୟତା ପ୍ୟାକେଜରେ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ମଧ୍ୟମକୁ ସହାୟତା ମିଳିବ । ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୧୦୦ କୋଟି ଟଙ୍କା ଦିଆଯିବ । ରାଜ୍ୟର ୧୭୫ଟି ଉଦ୍ୟୋଗ ରାଜ୍ୟ ଜିଏସଟି ଫେରି ପାଇବା ଲାଗି କ୍ଯାବିନେଟ୍ ଅନୁମୋଦନ ଦେଇଛି । ୨୦୧୭ ଜୁଲାଇ ୧ରୁ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ୧୭୫ଟି ଉଦ୍ୟୋଗକୁ ରାଜ୍ୟ ଜିଏସଟି ଫେରସ୍କତ ମିଳିବ । ଏଥିପାଇଁ ୩୮.୩୦ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟର ୫ ହଜାର ଶିଳ୍ପାନୁଷ୍ଠାନଙ୍କ ବାର୍ଷିକ ରକ୍ଷଣବେକ୍ଷଣ ଖର୍ଚ୍ଚ ବାବଦରେ ସମୁଦାୟ ୫.୮୩ କୋଟି ଟଙ୍କା ଇଡକୋ ଦେବ ।

Leave a Reply