ବାରିପଦା ମେଡିକାଲ କଲେଜରେ ଏମବିବିଏସ୍ ଛାତ୍ର-କିରାଣି ମୁହାମୁହିଁ, ଉଭୟ ପକ୍ଷର ୩ ଆହତ

1 min read
Clerk-Student Face Off In Baripada PRM Medical College

ବାରିପଦା: ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଛାତ୍ରଛାତ୍ରୀ-କିରାଣି ମୁହାଁମୁହିଁ ହୋଇଛନ୍ତି । ଏଥିରେ ୨ ଜଣ କଲେଜ ଛାତ୍ରଙ୍କ ସହେ ଜଣେ କିରାଣି ଆହତ ହୋଇଛନ୍ତି । ପୋଲିସ ବୁଝାସୁଝା କରିବା ପରେ ଉତ୍ତେଜନା ଶାନ୍ତ ପଡ଼ିଛି । ମୟୂରଭଞ୍ଜ ଏସପି କ୍ୟାମ୍ପସ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

 Clerk-Student Face Off In Baripada PRM Medical College

କରୋନା ପରବର୍ତ୍ତୀ ସମୟରେ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହୋଇଛି । ହଷ୍ଟେଲ ଖୋଲିବାର ୩ ମାସ ହେଲାଣି । କିନ୍ତୁ, ଛାତ୍ରଛାତ୍ରୀ ମାନଙ୍କ ରୁମକୁ ଠିକ୍ ଭାବେ ପାଣି ଆସୁନଥିବା ବେଳେ ଅଳିଆ ଆବର୍ଜନା ସଫା ହେଉନି । ଫଳରେ କ୍ୟାମ୍ପସରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଏନେଇ ଛାତ୍ରଥାତ୍ରୀ କଲେଜର ଡିନ୍ ରମାରମଣ ମହାନ୍ତିଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବି ସମସ୍ୟା ସମାଧାନ ନହେବାରୁ ଡିନଙ୍କ ଅଫିସରେ ପଶି ଆଲୋଚନା କରିଥିଲେ ଛାତ୍ରଛାତ୍ରୀ ।

 Clerk-Student Face Off In Baripada PRM Medical College

ଏତିକି ବେଳେ କଲେଜର ୧୦ ଜଣ କିରାଣି ଛାତ୍ରଛାତ୍ରୀମାନଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଳଜ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପରେ କିରାଣି-ଛାତ୍ରଛାତ୍ରୀ ମୁହାଁମୁହିଁ ହୋଇଥିଲେ । ଝଗଡ଼ା ବଢ଼ିବା ପରେ ଛାତ୍ରଙ୍କ ଉପରକୁ କିରାଣି ହାତ ଉଠାଇଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ରମାନେ କିରାଣିଙ୍କୁ ପଚାରିବାରୁ ସେ ଛାତ୍ର ସଭାପତିଙ୍କୁ ଆକ୍ରମଣ କରିବା ପରେ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇଥିଲା । ପୋଲିସ ହସ୍ତକ୍ଷେପ ପରି ସ୍ଥିତି ନିୟନ୍ତ୍ରଣକୁ ଆସିଛି ।

Leave a Reply