ବିରିୟାନୀ ଖାଇବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ୮ ଗୁରୁତର

ଭଦ୍ରକ: ବିରିୟାନୀ ଖାଇବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ । ଉଭୟ ପକ୍ଷର ୮ ଜଣ ଗୁରୁତର ହୋଇଥିବାବେଳେ, ୫ ମଟର ସାଇକେଲ ଭଙ୍ଗାରୁଜା ହୋଇଥିବା ସୂଚାନ ମିଳିଛି । ଗୁରୁତର ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଧୂଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ଗ୍ରାମରେ ବିରିୟାନୀ ଖାଇବାକୁ କେନ୍ଦ୍ର କରି ଏଭଳି ତୁମୁଳ କାଣ୍ଡ ଘଟିଛି ।

ସୂଚନା ଅନୁଯାୟୀ,  ଉକ୍ତ ଗ୍ରାମରେ ଏକ ଉଠା ଦୋକାନରେ ବିରିୟାନୀ ବିକ୍ରି କରାଯାଉଥିବା ବେଳେ କୌଣସି କାରଣରୁ ପ୍ରତିପକ୍ଷ ଦୋକାନକୁ ଆସି ଗଣ୍ଡଗୋଳ କରିଥିଲେ । ପରେ ସମଧାନ ହେବା ନେଇ ବୈଠକ ବସିଥିବା ବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଉଭୟ ପକ୍ଷରୁ ଟେକା ପଥର ଫିଙ୍ଗାଯିବା ସହ, ବାଡ଼ିରେ ପିଟା ପିଟି ହୋଇଥିଲେ । ଏଥିରେ ଉଭୟ ପକ୍ଷରୁ ଘର ଦ୍ୱାର ଭଙ୍ଗାଯିବା ସହ ୫ଟି ମୋଟରସାଇକେଲ ଭଙ୍ଗା ରୁଜା ହୋଇଛି ।

ଉଭୟ ପକ୍ଷରୁ ବାଡ଼ି ଓ ଟେକାପଥର ରେ ଆକ୍ରମଣ ଯୋଗୁଁ ଏଥିରେ ୮ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । କେବଳ ବିରିୟାନୀ ଖାଇବାକୁ ନେଇ ନା ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା ଥିଲା ତାହା, ତାହାକୁ ନେଇ ଘଟଣା ସ୍ଥଳରେ ଧୂଷୁରୀ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । କରୋନା ସମୟରେ ଏଭଳି ଘଟଣା ଘଟିବାକୁ ନେଇ ଧୂଷୁରୀ ଅଞ୍ଚଳରେ ଏକ ପ୍ରକାର ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

Leave a Reply