ଜେଏନୟୁ କ୍ୟାମ୍ପସ୍ ରଣକ୍ଷେତ୍ର, ଫି ପ୍ରତ୍ୟାହାର ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

1 min read

ନୂଆଦିଲ୍ଲୀ : ପୁଣିଥରେ ଅଶାନ୍ତ ହୋଇଛି ଦେଶର ଅନ୍ୟତମ ବୃହତ୍ ବିଶ୍ୱବିଦ୍ୟାଳୟ ଜବହରଲାଲ ନେହୁରୁ ବିଶ୍ୱବିଦ୍ୟାଳୟ ବା JNU  ।  ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍, ସିକ୍ୟୁରିଟି ଫି’ ବୃଦ୍ଧି ଓ ଅନ୍ୟାନ୍ୟ ଆନୁସଙ୍ଗିକ ଅବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିଶ୍ୱବିଦ୍ୟାଳୟ ବାହାରେ ଜେଏନ୍‌ୟୁ ଛାତ୍ର ସଂସଦ ପକ୍ଷରୁ ପ୍ରତିବାଦ କରାଯାଇଛି

ଗତ ୧୫ ଦିନ ହେଲା ଆନ୍ଦୋଳନ କରିଆସୁଛି ଛାତ୍ର ସଙ୍ଗଠନ। ୪୦% ଛାତ୍ର ଗରିବ ଶ୍ରେଣୀର ହୋଇଥିବାବେଳେ, ଫି’ ବୃଦ୍ଧି ଦ୍ୱାରା ସେମାନେ ପ୍ରଭାବିତ ହେବେ ବୋଲି ଛାତ୍ର ସଂସଦର ପ୍ରତିନିଧି କହିଛନ୍ତି । ସେମାନେ ଏଠାରେ ପଢ଼ିବେ କିପରି ? ଫି’ ବୃଦ୍ଧି ବିରୋଧରେ ଲେଖାଯାଇଥିବା ବ୍ୟାନର୍‌ ଧରି ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି ପ୍ରତିବାଦରେ ଭାଗ ନେଇଥିଲେ ।

ଆଜି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ ଚାଲିଥିବାବେଳେ ଏଠାକୁ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ  ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଏହି ସମୟରେ ବାହାରେ ଚାଲିଥିଲା ପ୍ରତିବାଦ । ପ୍ରତିବାଦକାରୀଙ୍କ ଉଗ୍ର କାର୍ଯ୍ୟକଳାପ ଆଶଙ୍କାରେ ପୁଲିସ ବ୍ୟାରିକେଡ୍‌ ବସାଇଥିଲା । ତେବେ ଜେଏନ୍‌ୟୁ ପ୍ରଶାସନ ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳଦନ ବନ୍ଦ କରିବାକ ଅନୁରୋଧ କରିଥିଲେ ବି କେହି ଶୁଣିନଥିଲେ । ଏହାପରେ ରଣକ୍ଷେତ୍ର ପାଲଟିଥିଲା ଜେଏନୟୁ କ୍ୟାମ୍ପସ୍ । ହଜାର ହଜାର ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ବିକ୍ଷୋଭରୁ ନିବୃତ୍ତ କରିବାକୁ ଶତାଧିକ ଫୋର୍ସ ମୁତୟନ ହୋଇଥିଲେ ।

ଏବେ ଜେଏନୟୁରେ ହଷ୍ଟେଲ୍ ଫି ମାତ୍ର ୧୨୦ ଟଙ୍କା ଥିବା ବେଳେ ଏହାକୁ ୩୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ସିକ୍ୟୁରିଟି ଫି ୪୫୦୦ ରୁ ୧୨ ହଜାରକୁ ବୃଦ୍ଧି ହୋଇଛି । ମୋଟ୍ ଫି ୨୮,୬୨୦ରୁ ୬୩,୦୦୦କୁ ବଢ଼ାଇଛନ୍ତି କର୍ତ୍ତୃପକ୍ଷ । ଫି ବୃଦ୍ଧିକୁ ପ୍ରତ୍ୟାହାର କରିବାକୁ ଛାତ୍ର ସଂଦସ ସମେତ ଅନ୍ୟ ସଂଗଠନ ଦାବି କରୁଛନ୍ତି । ')}

Leave a Reply