ପ୍ରକାଶ ପାଇଲା +୨ ବିଜ୍ଞାନ ଫଳାଫଳ,ପାସ୍ ହାର ୭୦.୨୧ ପ୍ରତିଶତ

1 min read

ଭୁବନେଶ୍ୱର: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆଜି  ପ୍ରକାଶିତ ହୋଇଛି ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ । ଏଥର ବିଜ୍ଞାନରେ ପାସ୍ ହାର ରହିଛି ୭୦.୨୧ ପ୍ରତିଶତ । ପରୀକ୍ଷା ଦେଇଥିବା ପୁଅଙ୍କ ମଧ୍ୟରୁ ୩୯ ପ୍ରତିଶତ ପାସ କରିଛନ୍ତି । ପାସ୍ କରିଥିବା ପୁଅଙ୍କ ସଂଖ୍ୟା ହେଉଛି ୩୮ ହଜାର ୩୦୧ । ସେହିଭଳି ୩୧ ପ୍ରତିଶତ ଝିଅ ପାସ ହୋଇଛନ୍ତି । ମୋଟ ୩୦ ହଜାର ୩୭ ଜଣ ଝିଅ ବିଜ୍ଞାନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ମୋଟ ୯୭ ହଜାର ୩୭୭ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୬୮ ହଜାର ୩୭୪ ଜଣ ପାସ ହୋଇଛନ୍ତି ।  ନୟାଗଡ ଜିଲ୍ଲାରେ ପାସ ହାର ସର୍ବାଧିକ ରହିଛି । ଏହି ଜିଲାରେ ଯୁକ୍ତ ଦୁଇ ବିଜ୍ଞାନ ଦେଇଥିବା ୧୦୦ ଜଣଙ୍କ ମଧ୍ୟରୁ ୮୬.୫୧ ପ୍ରତିଶତ ପାସ୍ ହୋଇଛନ୍ତି ।

୨୫ ହଜାର ୩୩୯ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ ୨୪ ହଜାର ୧୨୧ ଜଣ ଦ୍ୱିତୀୟ ଶ୍ରେଣୀରେ ଉତିର୍ଣ୍ଣ ହୋଇଛନ୍ତି ।  ୧୩୭ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତ ନମ୍ବର ପାଇଛଛନ୍ତି । ୨୦ଟି ଅନୁଷ୍ଠାନର ପାସ୍ ହାର ଶତ ପ୍ରତିଶତ ରହିଛି ।  ଅନ୍ୟପକ୍ଷରେ ୧୫ ସ୍କୁଲରେ କେହି ମଧ୍ୟ ପାସ କରି ପାରିନାହାନ୍ତି ।

chse

ଚଳିତ ବର୍ଷ କରୋନା ମହାମାରୀ କାରଣରୁ ସବୁ ପରୀକ୍ଷା ଫଳ ଭଳି ଯୁକ୍ତ ଦୁଇ ବିଜ୍ଞାନ ଫଳ ପ୍ରକାଶିତ ହେବାରେ ବିଳମ୍ବ ହୋଇଥିଲା । ପରୀକ୍ଷା ଫଳ ସଂପର୍କରେ ଘୋଷଣା କରି ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ଯେ, ସବୁ ପରୀକ୍ଷା ସେଣ୍ଟରରେ ସିସିଟିଭି ଲଗାଯାଇଥିବାରୁ ପରୀକ୍ଷା ଫଳ ଗତ ବର୍ଷ ତୁଳନାରେ ୨ ପ୍ରତିଶତ କମିଛି । ଅନ୍ୟପକ୍ଷରେ ୧୫ ସ୍କୁଲ ପରୀକ୍ଷା ଫଳ ଶୁନ୍ୟ ହେବାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

SMS ଦ୍ୱାରା କେମିତି ରେଜଲ୍ଟ ଜାଣିବେ ?

ଟାଇପ କରନ୍ତୁ RESULT<space>OR12<space>ରୋଲ ନମ୍ବର’ ଓ ଏହାକୁ ୫୬୨୬୩କୁ ପଠାଇ ଦିଅନ୍ତୁ

ୱେବସାଇଟରୁ କେମିତି ଫଳାଫଳ ଜାଣିବେ ?

୧. ଅଫିସିଆଲ ୱେବସାଇଟ୍ orissaresults.nic.in କୁ ଯାଆନ୍ତୁ

: ରେଜଲ୍ଟ ପାଇଁ ଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ

: ଲଗଇନ୍ ପେଜରେ ରୋଲ୍ ନମ୍ବର ଓ ଅନ୍ୟ ବିବରଣୀ ଦିଅନ୍ତୁ

: ସବମିଟ୍ ବଟନ କ୍ଲିକ୍ କରନ୍ତୁ ଓ ରିଜଲ୍ଟର ପ୍ରିଣ୍ଟଆଉଟ୍ ନିଅନ୍ତୁ

Leave a Reply