କାହିଁକି Playing Elevenରେ ନାହାନ୍ତି Universe Boss କ୍ରିସ୍ ଗେଲ୍? ମ୍ୟାଚ ଖେଳିବା ନେଇ ଖୁବଶୀଘ୍ର ଖୋଲିବ ବାଟ…

ଭୁବନେଶ୍ୱର: ଏଥର ଆପିଏଲ କ୍ରିସ ଗେଲଙ୍କ ବିସ୍ଫୋରକ ବ୍ୟାଟିଂକୁ ଅପେକ୍ଷା କରି ରହିଛି । ହେଲେ ଅପେକ୍ଷାର ଅନ୍ତ ଘଟୁନି । ୩୨୬ ଛ’ ଓ ୬ଟି ଶତକ ସହ ଏଯାବତ୍ ଆଇପିଏଲର ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ରେକର୍ଡର ଅଧିକାରୀ ଗେଲଙ୍କୁ ଡଗ୍ ଆଉଟରେ ଦେଖିବାକୁ ମିଳୁଛନ୍ତି । ଏପଟେ ଟିମ୍ କିଙ୍ଗ୍ସ ଇଲଭେନ୍ ପଞ୍ଜାବ ନିଜର କ୍ରମାଗତ ୫ମ ପରାଜୟ ହାସଲ କରିସାରିଲାଣି । କେବଳ ଟିମ୍ ଭାବେ ପଞ୍ଜାବ ମାତ୍ର ୨ ଅଙ୍କ ସହ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି ।

ଫ୍ୟାନ୍ସଙ୍କର ପ୍ରଶ୍ନ ଗେଲ୍ କାହିଁକି ଖେଳୁନାହାଁନ୍ତି ? ଟୁର୍ଣ୍ଣାମେଣ୍ଟରେ ଗେଲଙ୍କୁ କେବେ ଖେଳିବାକୁ ସୁଯୋଗ ମିଳିବ ତାହାକୁ ଗେଲ୍ ଓ ଫ୍ୟାନ୍ସମାନେ ଅପେକ୍ଷା କରି ରହିଛନ୍ତି । ତେବେ ବହୁ ପ୍ରତୀକ୍ଷା ପରେ କିଙ୍ଗ୍ସ ଇଲଭେନ୍ କୋଚ୍ ଅନୀଲ କୁମ୍ୱଲେ ନିଜ ନୀରବତା ଭାଙ୍ଗିଛନ୍ତି । ସେ କହିଛନ୍ତି, ଗେଲ୍ ସନରାଇଜର୍ସ ହାଇଦ୍ରାବାଦ୍ ମ୍ୟାଚରେ ଖେଳିବା ଏକପ୍ରକାର ନିଶ୍ଚିତ ଥିଲା । ମାତ୍ର ଶରୀର ଅସୁସ୍ଥତା କାରଣରୁ ତାଙ୍କୁ ମ୍ୟାଚ ଖେଳିବାକୁ ଦିଆ ଯାଇନଥିଲା । କୁମ୍ୱଲେ କହିଛନ୍ତି ଯେ ଗେଲଙ୍କର ଫୁଡ୍ ପଏଜନିଂ ହୋଇଛି । ପେଟରେ ସମସ୍ୟା ଥିବା କାରଣରୁ ତାଙ୍କୁ ବିଶ୍ରାମ ଦିଆଯାଇଛି  । ସେ ସୁସ୍ଥ ହେବା ପରେ ତୁରନ୍ତ ତାଙ୍କୁ ମ୍ୟାଚ ଖେଳାଯିବ ।

ସୂଚନା ଥାଉ କି, ପଞ୍ଜାବ ଆଇପିଏଲର ଚଳିତ ସଂସ୍କରଣରେ ୬ଟି ମ୍ୟାଚ ଖେଳି ୫ଟିରେ ପରାଜୟ ବରଣ କରିଛି । ଆଗାମୀ ସମୟରେ ଟୁର୍ଣ୍ଣାମେଣ୍ଟରେ ଟପ୍ ୪କୁ ଯିବାର ହେଲେ ଆସନ୍ତା ୮ଟିରୁ ଅତିକମରେ ୬ଟି ମ୍ୟାଚ୍ ଜିତିବାକୁ ପଡିବ । ଏଣୁ ଏଭଳି ଦମଦାର ବ୍ୟାକ୍ ପାଇଁ ଟିମ୍ ଗେଲଙ୍କୁ ଉପରକ୍ରମରେ ବ୍ୟାଟିଂ କରାଇବାକୁ ଚାହିଁବ, ନିଶ୍ଟୟ ।

Leave a Reply