ଭାରତ ସୀମାରେ ଚାଇନା ସେନା, ଭୁଲରେ ପ୍ରବେଶ କରିଥିବା କହିଲା ଡ୍ରାଗନ

ନୂଆଦିଲ୍ଲୀ: ଲଦାଖରେ ପୁଣି ଚୀନ ଓ ଭାରତୀୟ ସେନା ମଧ୍ୟରେ ବିବାଦ । ଗତ ଶୁକ୍ରବାର ଜଣେ ଚାଇନା ସେନା ଭାରତ ସୀମାରେ ବୁଲୁଥିବା ବେଳେ ଗିରଫ କରାଯାଇଥିଲା । ତାଙ୍କୁ ସୁରକ୍ଷିତ ଫେରାଇ ଦେବାକୁ ଚୀନ ସେନା ଦାବି କରିଛି । ଭୁଲରେ ସେନା ଜଣକ ଭାରତ ଭିତରକୁ ପ୍ରବେଶ କରିଥିବା କହିଛି ଚୀନ ।

ସେହି ଅଞ୍ଚଳରେ ଭୌଗୋଳିକ ସ୍ଥିତି ସହ ଅନ୍ଧାର ଥିବା ଯୋଗୁ ଭାରତ ଓ ଚୀନର ସୀମା ସ୍ପଷ୍ଟ ଭାବେ ଦେଖି ହେଉନଥିଲା । ସେଥିପାଇଁ ଚୀନର ଯବାନ ଭାରତ ଭିତରକୁ ପଶି ଯାଇଥିଲେ । ଏପଟେ ପୂର୍ବ ଲଦାଖର ପାଙ୍ଗୋଙ୍ଗ୍‌ ହ୍ରଦ ନିକଟରୁ ଚୀନ ସୈନକଙ୍କୁ ଗିରଫ କରିବା ପରେ ଆଲର୍ଟରେ ରହିଛି ସେନା ।

କାରଣ ଭାରତ ଓ ଚୀନ ସେନା ମଧ୍ୟରେ ଦୂରତା ଅଧିକ ଥିବା ବେଳେ ଏତେ ପାଖକୁ କେମିତି ସେନା ଜଣକ ଆସିଲେ ତାହା ସନ୍ଦେହ ସୃଷ୍ଟି କରିଛି । ଗିରଫ ହୋଇଥିବା ଚାଇନାର ଏହି ଯବାନ କେବଳ ଆସିଛନ୍ତି, ନା ଆହୁରି ଅନେକ ଅଛନ୍ତି । ତା’ର ତନାଘନା କରୁଛି ଭାରତୀୟ ସେନା । ସେପଟେ ଚୀନ ସୈନିକ ଏକାକୀ କେବେବି ସୀମା ଜଗନ୍ତି ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ । ଯାହା ବିଦେଶୀ ଯବାନ ଉପରେ ସନ୍ଦେହ ବଢାଉଛି ।

Leave a Reply