ପୁଣି ଭାରତରେ ଚାଇନା କମ୍ପାନୀ, ପ୍ରଶ୍ନ ଉଠାଇଲା ସ୍ୱଦେଶୀ ଜାଗରଣ ମଞ୍ଚ

1 min read

ନୂଆଦିଲ୍ଲୀ: ଗୋଟେପଟେ ଚୀନ ସହ ତିକ୍ତତା । ସୀମାରେ ଦୁଇ ଦେଶ ମୁହାଁମୁହିଁ । ଫଳରେ ଚାଇନା ସାମଗ୍ରୀ ବର୍ଜନ ଏବଂ ଚାଇନା କମ୍ପାନ ଗୁଡିକ ନିକଟରୁ ଠିକା ବରଖାସ୍ତ କରିବା ପକ୍ରିୟା ଆରମ୍ଭ ହୋଇଛି । ଏମିତିକି ଶହେରୁ ଅଧିକ ଚାଇନିଜ ଆପକୁ ଦେଶରୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ଦିଲ୍ଲୀ-ମେରଟ ଆରଆରଟିଏସ ଯୋଜନାରେ ଚୀନ କମ୍ପାନୀ ପୁନର୍ବାର କାର୍ଯ୍ୟ କରିବା ନେଇ ଆରମ୍ଭ ହୋଇଛି ବିବାଦ ।

ବନ୍ଦେ ଭାରତ ଯୋଜନା ଏବଂ ହାଇ-ୱେ ପ୍ରୋଜେକ୍ଟ ନିର୍ମାଣ କାର୍ଯ୍ୟରେ ଚୀନ କମ୍ପାନୀଙ୍କୁ ବରଖାସ୍ତ କରାଯାଇଛି । ଏହାସତ୍ୱେ ଦେଶର ରାଜଧାନୀରେ ହେଉଥିବା ରେଳନିର୍ମାଣ ପ୍ରକଳ୍ପରେ ବିଦେଶୀ କମ୍ପାନୀକୁ କାମ ଦେବା ନେଇ ପ୍ରଶ୍ନ ଉଠିଛି । ପ୍ରଶ୍ନ ଉଠାଇଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନର ସହଯୋଗୀ ସଂସ୍ଥା ସ୍ୱଦେଶୀ ଜାଗରଣ ମଞ୍ଚ ।

ଅଶୋକନଗର ସ୍ଥିତ ସାହିବାବାଦ ଅଞ୍ଚଳରେ ନିର୍ମାଣଧିନ ୫.୬ କିଲୋମିଟର ଲମ୍ବର ରେଳ ପ୍ରକଳ୍ପକୁ ପରିବହନ ନିଗମ (ଏନସିଆରଟିସି) କାର୍ଯ୍ୟ ହସ୍ତାନ୍ତର କରିଛି । ସାଂଘାଇ ଟନେଲ ଇଂଜିନିୟରିଙ୍ଗ କମ୍ପାନୀ ଏହାର ନିର୍ମାଣ କାର୍ଯ୍ୟ ନେଇଥିବାବେଳେ ସ୍ୱଦେଶୀ ଜାଗରଣ ମଞ୍ଚ ଏହାକୁ ବିରୋଧ କରିଛି । ସେପଟେ ଏନେଇ ଏନସିଆରଟିସି ରଖିଛି ସ୍ପଷ୍ଟୀକରଣ । ନିର୍ଦ୍ଧାରିତ ପ୍ରକ୍ରିୟା ଏବଂ ଦେଶର ସମସ୍ତ ନିୟମକୁ ଅନୁପାଳନ କରି ଉକ୍ତ କମ୍ପାନୀଙ୍କୁ ନିର୍ମାଣ କାର୍ଯ୍ୟ ଦିଆଯାଇଥିବା କହିଛି ଏନସିଆରଟିସି ।

Leave a Reply