ମନମୋହନ ସରକାର ତୁଳନାରେ NDA ଅମଳରେ ୫ ଗୁଣା ଅଧିକା ଚୀନ FDI

1 min read

ନୂଆଦିଲ୍ଲୀ: ମୋଦି-ମନମୋହନ । କାହା ସରକାରରେ ଭାରତରେ ଅଧିକ ବିଦେଶୀ ପୁଞ୍ଜିନିବେଶ ହୋଇଛି । ଚାଇନୀଜ ଅର୍ଥନୀତିକୁ କିଏ ଯୋଗାଇଛି ବେଶୀ ଇନ୍ଧନ ? ସରକାରଙ୍କ ତଥ୍ୟ ମୁତାବକ ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ କମିଛି । କିନ୍ତୁ ମନମୋହନ ସିଂହଙ୍କ ୟୁପିଏ ସରକାର ତୁଳନାରେ ବିଗତ ୫ ବର୍ଷର ମୋଦି ସରକାରରେ ଚୀନର FDI ପାଞ୍ଚଗୁଣା ବଢ଼ିଛି ।

ଏମିତିରେ କୁହାଯାଉଛି ଭାରତରେ ହେଉଥିବା ବିଦେଶୀ ପୁଞ୍ଜି ନିବେଶର ୫୦ ପ୍ରତିଶତ ଚୀନ କରୁଛି । ଏତିକି ନୁହେଁ ସିଙ୍ଗାପୁର ଓ ହଂକଂରେ ଚୀନ ବଡ଼ ପରିମାଣର ନିବେଶ କରୁଛି । ଗତ ଆର୍ଥିକ ବର୍ଷରେ ପାଖାପାଖି ୧୬୩. କୋଟି ଡଲାର (୧୨୨୦ କୋଟି) ଚୀନ ଭାରତରେ FDI ମାଧ୍ୟମରେ ନିବେଶ କରିଛି । ଯେତେବେଳେ କି ୨୦୧୮-୧୯ ଆର୍ଥିକ ବର୍ଷରେ ଚୀନ FDI ୨୨.୯ କୋଟି ଡଲାର ଓ ୨୦୧୭-୧୮ରେ ୩୫ କୋଟି ଡଲାର ନିବେଶ କରିଥିଲା । ଅର୍ଥାତ୍ ଗତ ୨ ବର୍ଷରେ ଚୀନରୁ ଆସୁଥିବା ବିଦେଶୀ ପୁଞ୍ଜିନିବେଶ ହ୍ରାସ ପାଇଛି ।

ଭାରତରେ ବିଦେଶୀ ପୁଞ୍ଜି ନିବେଶରେ ଚୀନ ୧୮ତମ ସ୍ଥାନରେ ରହିଛି । ସରକାରୀ ତଥ୍ୟ କହୁଛି ବିଗତ ୨୦ ବର୍ଷ ମଧ୍ୟରେ ଚୀନ ପାଖାପାଖି ୨.୪ ଅରବ ଡଲାର FDI ଦ୍ୱାରା ଭାରତରେ ନିବେଶ କରିଛି । ଯେଉଁଥିରୁ ପାଖାପାଖି ୧ ଅରବ ଡଲାର ଅଟୋ ମୋବାଇଲ୍ ସେକ୍ଟରରେ ନିବେଶ ହୋଇଛି । ଭାରତରେ FDI ନିବେଶରେ ଶୀର୍ଷରେ ମରିସସ୍ ଓ ସିଙ୍ଗାପୁର ରହିଛନ୍ତି ।

ମନମୋହନ ସିଂହଙ୍କ ନେତୃତ୍ୱାଧିନ ୟୁପିଏ ସରକାର ବେଳେ ୨୦୦୦ ମସିହାରୁ ୨୦୧୪ ମଧ୍ୟରେ FDI ମାଧ୍ୟମରେ ଚୀନ ୪୦.୨ କୋଟି ଡଲାର ନିବେଶ କରିଛି । ୨୦୧୯-୨୦ ଆର୍ଥିକ ବର୍ଷରେ ଏହା ୨.୪ ଅରବ ଡଲାରରେ ପହଞ୍ଚିଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ୟୁପିଏ ନୁହେଁ ଏନଡିଏ ଅମଳରେ ଭାରତରେ FDI ବଳରେ ଚୀନ ଅଧିକ ପୁଞ୍ଜି ଖଟାଇଛି ।

Leave a Reply