ଲେହରେ ପ୍ରଧାନମନ୍ତ୍ରୀଙ୍କ ଗର୍ଜନ ପରେ ଚୀନ୍‌ ରଖିଲା ପ୍ରତିକ୍ରିୟା, କହିଲା…

ନୂଆଦିଲ୍ଲୀ: ଲେହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନକୁ ନେଇ ଚୀନ୍ ପ୍ରତିକ୍ରିୟା ରଖିଛି । ନୂଆଦିଲ୍ଲୀରେ ଥିବା ଚୀନ୍ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଚୀନ୍‌କୁ ବିସ୍ତାରବାଦୀ ବୋଲି କହିବା ଭିତ୍ତିହୀନ । କାରଣ ଚୀନ୍‌ର ୧୪ ପଡୋଶୀ ଦେଶ ମଧ୍ୟରୁ ୧୨ ଟି ଦେଶ ସହ କୌଣସି ସୀମା ବିବାଦ ନାହିଁ । ଖାଲି ସେତିକି ନୁହେଁ ଏହି  । ୧୨ଟି ଦେଶ ସହ ସୀମା ବିବାବ କେବଳ ଆଲୋଚନାରେ ହିଁ ସମାଧାନ ହୋଇଛି । ତେଣୁ ଚୀନ୍‌କୁ ବିସ୍ତାରବାଦୀ କହିବା ଅନୁଚିତ୍‌ ।

PM Narendra Modi

ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଲେହ ଗସ୍ତ କରିଥିଲେ । ସେଠାରେ ସେ ଭାରତୀୟ ସୈନିକମାନଙ୍କୁ ସମ୍ବୋଧିତ କରିଥିଲେ । ଏହି ସମୟରେ ଚୀନ୍‌କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେଉଁମାନେ ବିସ୍ତାରବାଦ ଉପରେ ବିଶ୍ୱାସ କରନ୍ତି ସେମାନେ କେବେ ବି ଆଗକୁ ଯାଇପାରିବେ ନାହିଁ । ଏବେ ବିଶ୍ୱ ବିସ୍ତାରବାଦ ନୁହେଁ ବିକାଶ ଉପରେ ବିଶ୍ୱାସ ରଖେ । ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବା ସମୟ ମଧ୍ୟରେ ଏବେ କେବଳ ବିକାଶ ଉପରେ ଗୁରୁତ୍ୱ ଦିଆଯାଏ । ମୋଦିଙ୍କ ଏଭଳି ମନ୍ତବ୍ୟରେ ଚୀନ୍‌ ଚିହିଁକି ଉଠିଛି ।

PM Narendra Modi

ଏହାପରେ ନୂଆ ଦିଲ୍ଲୀରେ ଥିବା ଚୀନ୍‌ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଚୀନ୍‌କୁ ବିସ୍ତାରବାଦ କହିବା ସମ୍ପୂର୍ଣ୍ଣ ଭିତ୍ତିହୀନ ।

ତେବେ ପ୍ରଧାନମନ୍ତ୍ରୀଙ୍କ ଲେହ ଗସ୍ତ ପୂର୍ବରୁ ଚୀନ୍‌ କହିଥିଲା ଯେ, ଉଭୟ ସେନା ପକ୍ଷରୁ ବର୍ତ୍ତମାନ ପରିସ୍ଥିତିରେ କୌଣସି ବି ପଦକ୍ଷେପ ନିଆଯିବା ଉଚିତ୍‌ ନୁହେଁ । ଯଦି ନିଆଯାଏ ତେବେ ପରିସ୍ଥିତି ଆହୁରି ଉତ୍ତେଜନା ପୂର୍ଣ୍ଣ ହେବ ।

Leave a Reply