ନିଜ ସୈନିକଙ୍କ ମୃତ୍ୟୁକୁ ସ୍ୱୀକାର ନକରିବା ପାଇଁ ସାଧାରଣ ନାଗରିକଙ୍କ ଟାର୍ଗେଟରେ ଚୀନ ସରକାର

1 min read

ନୂଆଦିଲ୍ଲୀ: ମୃତ କିମ୍ୱା ଆହତ ଯବାନଙ୍କ ତଥ୍ୟ ନଦେବା ହେତୁ ଚୀନ ସରକାର ନିଜ ନାଗରିକଙ୍କ ଦ୍ୱାରା ସମାଲୋଚନାର ଶୀକାର ହେଉଛନ୍ତି । ଚୀନବାସୀ ଏକଛାତ୍ରବାଦୀ ଶାସକ ଜିଙ୍ଗ୍ ପିଂଙ୍କୁ ଏନେଇ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ କରିବା ଆରମ୍ଭ କଲେଣି । ଗତ ୧୫ ତାରିଖରେ ଗଲୱାନା ଘାଟିରେ ଭାରତ –ଚୀନ ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତର ୨୦ ଜଣ ଯବାନ ଶହୀଦ ହୋଇଥିଲେ । ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଚୀନର ଅନେକ ଯବାନ ମଧ୍ୟ ଆହତ କିମ୍ୱା ନିହତ ହୋଇଛନ୍ତି । ମାତ୍ର ଚୀନ ଏଯାଏଁ ସରକାରୀ ସ୍ତରରେ ଗୋଟିଏ ହେଲେ ଚୀନ୍ ଯବାନଙ୍କ ମୃତ୍ୟୁ କିମ୍ୱା ଆହତ ଖବର ପକାଶ କରିନାହିଁ। ଚୀନ ସରକାରଙ୍କର ଏଭଳି ଆଭିମୁଖ୍ୟକୁ ଚୀନର ନାଗରିକମାନେ ବିରୋଧ କରିବା ସହ ଏହି ପ୍ରସଙ୍ଗରେ ଭାରତର ପ୍ରଶଂସା କରିବାକୁ ମଧ୍ୟ ପଛାଇ ନାହାନ୍ତି ।

People’s Liberation Army soldiers march

ଜଣେ ଚୀନ ନାଗରିକ ଗଲବାନରେ ଆହତ କିମ୍ୱା ମୃତ ଯବାନଙ୍କ ସମ୍ୱନ୍ଧିତ ସବିଶେଷ ତଥ୍ୟ ନମିଳିବା କ୍ଷୋଭରେ ଲେଖିଛନ୍ତି ଯେ ନିଜ ସୈନିକମାନଙ୍କ ସ୍ମୃତିଚାରଣ ପାଇଁ ଭାରତ  ଯଥାସମ୍ଭବ ପ୍ରଚେଷ୍ଟା କରିଛି । ଭାରତ ସରକାରଙ୍କ ପକ୍ଷରୁ ହେଉଥିବା ସ୍ମୃତି କାର୍ଯ୍ୟକ୍ରମ ସାରା ଦେଶର ସେମାନଙ୍କ ସୈନିକମାନଙ୍କ ପ୍ରତି ଥିବା ଉଚ୍ଚ ସମ୍ମାନ ଓ ଧ୍ୟାନକୁ ଦର୍ଶାଉଛି । ହେଲେ ଆମ କ୍ଷେତ୍ରରେ କ’ଣ ଘଟୁଛି? କାହିଁକି ଆମେ ସାର୍ବଜନୀନ ଭାବେ ଏକ ସ୍ମୃତି କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରିପାରୁ ନାହେଁ ? ଚୀନ ସେନାରେ କ’ଣ କେହି ଜଣେ ହେଲେ ମଧ୍ୟ ନିହତ ନୁହଁନ୍ତି ? ଯଦି ହଁ, ତେବେ ଆହତମାନେ ଡାକ୍ତରଖାନାରେ ପହଞ୍ଚିଲେଣି କି ନାହିଁ? ଏଭଳି ପଶ୍ନ ଏବେ ଚୀନ ସରକାରଙ୍କୁ ତାହାର ନାଗରିକମାନେ ହିଁ ପଚାରୁଛନ୍ତି ।  ଉଲ୍ଲେଖଯୋଗ୍ୟ ଯେ, ଚୀନର ଗଣମାଧ୍ୟମ ଚୀନ ସରକାରଙ୍କ ଦ୍ୱାରା ସିଧାସଳଖ ଭାବେ ପରିଚାଳିତ ହେଉଥିବା ହେତୁ ଗଣମାଧ୍ୟମରେ ଏବାବଦରେ ଆଲୋଚନା ହେଉନି । ଏଣୁ ସାଧାରଣ ଲୋକେ ବାଧ୍ୟ ହୋଇ ସାମାଜିକ ଗଣମାଧ୍ୟମରେ ପଶ୍ନ କରୁଛନ୍ତି । ସରକାରୀ ସ୍ତରରେ ଗଲବାନ ସଂଘର୍ଷ ନେଇ ଅଲୋଚନା ନହେବା ଓ ସରକାର ମୃତକଙ୍କ ନାମ ଘୋଷଣା ନକରି ସେମାନଙ୍କୁ ସେମାନଙ୍କ ମର୍ଯ୍ୟାଦାରୁ ବଞ୍ଚିତ କରିବା ଓ ତଥ୍ୟ ସାର୍ବଜନୀନ ନହେବା ଭଳି ଅଭିଯୋଗ ଚୀନ ସରକାରଙ୍କ ବିରୋଧରେ ଗତ କିଛି ଦିନ ବଢିବାରେ ଲାଗିଛି ।

Leave a Reply