ସୀମା ବିସ୍ତାର କରିବାକୁ ଚୀନର ଚକ୍ରାନ୍ତ, ମାନବ ପରୀକ୍ଷଣ ପାଇଁ ଷଡଯନ୍ତ୍ର

1 min read

ହାକା: ନିଜର ସୈନ୍ୟମାନଙ୍କୁ ସୁପର ସୋଲଜର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଚୀନ୍  । ଏ ନେଇ ବିସ୍ତାରବାଦୀ ଚୀନ୍‌ ମାନବ ପରୀକ୍ଷଣ ମଧ୍ୟ ଆରମ୍ଭ କରିଛି  । ଏନେଇ  ସୂଚନା ଦେଇଛନ୍ତି  ଆମେରିକା ଗୁପ୍ତଚର  । ଲଦାଖଠାରୁ ଆରମ୍ଭ କରି ତାଇବାନ୍ ସୀମା ପର୍ଯ୍ୟନ୍ତ ପଡୋଶୀ ଦେଶ ମଧ୍ୟକୁ ନିଜର ସୀମା ବିସ୍ତାର କରିବାକୁ ଚକ୍ରାନ୍ତ ଆରମ୍ଭ କରିଛି ଚୀନ  । ସେପଟେ ଏହି ଉଦ୍ଦେଶ୍ୟ ଗୁଡିକୁ ପୂରା କରିବା ପାଇଁ ଚୀନ୍‌ ଏହି ପରୀକ୍ଷଣ କରୁଥିବା ସୂଚନା ମିଳିଛି ।

 ସୈନିକ ମାନଙ୍କୁ ଅଧିକ ଶକ୍ତିଶାଳୀ କରିବାକୁ ମଧ୍ୟ  ପରୀକ୍ଷଣ କରାଯାଉଛି  । ଯଦି ଚକ୍ରାନ୍ତକାରୀ ଚୀନ ଏପରି କାର୍ଯ୍ୟରୁ ନିବୃତ ନରହେ ତେବେ‌ ଆମେରିକା ସବୁଠୁ ବଡ଼ ବିପଦ ଭାବେ ଉଭା ହେବ ବୋଲି ଚେତାବନୀ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ଜନ୍ ରାଟକ୍ଲିଫ୍ ।  ରାଟ୍‌କ୍ଲିଫ୍‌ଙ୍କ ଏହି ମନ୍ତବ୍ୟ ଉପରେ ଆମେରିକାର ଗୁପ୍ତଚର ସଂସ୍ଥା CIA ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ  ।  ତେବେ ସୁପର୍‌ ସୋଲଜର୍ ତିଆରି କରିବା ପାଇ ଚୀନ୍ ପିପୁଲ୍ସ ଲିବରେଶନ ଆର୍ମିର ଯବାନମାନଙ୍କ ଉପରେ ମାନବ ପରୀକ୍ଷଣ ଚଳାଇଛି ।

ଆମେରିକାର NBC ନ୍ୟୁଜ୍‌ ସୂଚନା ଅନୁସାରେ, ଏହା ଫଳରେ ଯବାନମାନେ ହଲିଉଡ୍‌ ଫିଲ୍ମର ହିରୋ କ୍ୟାପ୍‌ଟେନ୍ ଆମେରିକା ଓ ୟୁନିଭର୍ସାଲ ସୋଲଜର ଭଳି ଶକ୍ତିଶାଳୀ ହେବେ  । ଏହି ପରୀକ୍ଷଣରେ ଚୀନ୍‌ CRISPR ଜିନ୍ ଏଡିଟିଂ ବୈଷୟିକ କୌଶଳ ଆପଣାଉଛି  । ଜେନଟିକ୍ ଡିଜିଜ୍‌ର ଚିକିତ୍ସା ପାଇ ଏଭଳି ପରୀକ୍ଷଣ କରାଯାଇଥାଏ  । ସେପଟେ ପାଶ୍ଚାତ୍ୟ ଦେଶର ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ବୈଷୟିକ ଜ୍ଞାନର ବ୍ୟବହାର ଅନୈତିକ ଅଟେ  । ଯାହା ଦ୍ୱାରା ସୁସ୍ଥ ଲୋକଙ୍କ ଦକ୍ଷତା ବୃଦ୍ଧି ପାଇଁ ଜିନ୍ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥାଏ  ।

Leave a Reply