ଆଲୋଚନା ବିଫଳ ପରେ ବ୍ୟାକ୍‌ଫୁଟରେ ଚୀନ: ମହଙ୍ଗା ପଡ଼ିପାରେ ଭାରତ ବିରୋଧୀ ଚକ୍ରାନ୍ତ

ଲଦାଖ: ପୂର୍ବ ଲଦାଖରେ ସୀମା ବିବାଦକୁ ୬ ମାସ ଟପିଲାଣି  । ଏବେ ସମାଧାନର ସବୁ ରାସ୍ତା ବନ୍ଦ । ଏପରି କ୍ଷେତ୍ରରେ ଭାରତ ନିଜର ଏକ ଇଞ୍ଚ୍‌ ଜାଗା ବି କାହାକୁ ଦେବ ନାହିଁ ବୋଲି କହିଛି  । ଭାରତର ଏଭଳି ବୟାନ ପରେ ସେନା ଉପରେ ମାନସିକ ଚାପ ପକାଇବା ପାଇଁ ସୀମାରେ ଯୁଦ୍ଧାସ୍ତ୍ର ପରୀକ୍ଷା କରିଛି ଚୀନ  । ସେହିପରି ତାଇଓ୍ୱାନ ଆକ୍ରମଣ ପାଇଁ ଡ୍ରାଗନ ସେନା ପ୍ରସ୍ତୁତ ହୋଇଛନ୍ତି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଦକ୍ଷିଣପୂର୍ବ ଅଞ୍ଚଳରେ ସେନା ସଂଖ୍ୟା ବଢ଼ାଇଛି ଚୀନ । ଗତ ୬ ମାସ ଧରି ଚାଲିଥିବା ସୀମା ବିବାଦ ପାଇଁ ଭାରତ ଓ ଚୀନ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି  । ଆଉ କୌଣସି କ୍ଷେତ୍ରରେ ଚୀନର ସହଯୋଗ ନେବାକୁ ଚାହୁଁନି ଭାରତ  ।

ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନା କରିବା ପାଇଁ ଦୀର୍ଘବର୍ଷ ଧରି ଅନେକ କାର୍ଯ୍ୟକ୍ରମ ହୋଇଥିବା ବେଳେ ମାତ୍ର ୬ମାସ ମଧ୍ୟରେ ସବୁକିଛି ଧ୍ୱଂସ ହୋଇଯାଇଛି  । ସ୍ଥିତି ଏମିତି ହେଲାଣି ଯେ ଯେକୌଣସି ମୁହୁର୍ତ୍ତରେ ଯୁଦ୍ଧ ହୋଇପାରେ  । ଉଭୟ ସୀମାରେ ୫୦ ହଜାରରୁ ଅଧିକ ଲେଖାଁଏ ସେନା ମୁତୟନ ହୋଇଛନ୍ତି  । ପୂର୍ବଲଦାଖରେ ମାଇନସ ଡିଗ୍ରିରେ ବି ସୀମା ଜଗିବେ ଉଭୟ ଦେଶର ସେନା  । ଏପଟେ ଭାରତୀୟ ସେନାଙ୍କ ଉପରେ ଚାପ ପକାଇବା ପାଇଁ ଚୀନ ନିଜ ଯୁଦ୍ଧାସ୍ତ୍ରର ଅଭ୍ୟାସ କରାଇଛି  । ଚୀନର ଏଭଳି ହରକତ ଦେଖି ଭାରତ ମଧ୍ୟ ହାଇଆଲର୍ଟରେ ରହିଛି  ।

ସେପଟେ ଔଷଧ ରାଗରେ ତାଟିଆ କାମୁଡିଲା ଭଳି ତାଇଓ୍ୱାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତି କରୁଛି ଚୀନ୍  । ଦକ୍ଷିଣପୂର୍ବ ଅଞ୍ଚଳରେ ଚୀନ ନିଜ ସେନା ମୁତୟନ ବଢାଇଛି  । ସେମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ତାଇଓ୍ୱାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଛନ୍ତି  । ଗତ କିଛି ଦିନ ମଧ୍ୟରେ ତାଇଓ୍ୱାନ ସହ ଭାରତର ସମ୍ପର୍କ ବଢୁଥିବା ବେଳେ ଏହାକୁ ବରଦାସ୍ତ କରିପାରୁନି ଡ୍ରାଗନ  । ଯେକୌଣସି ଉପାୟରେ ଏହି ସମ୍ପର୍କକୁ ଭାଙ୍ଗିବାକୁ ଚାହୁଁଛି  । ଚୀନ ସେନାକୁ ଏଥିପାଇଁ ରାଷ୍ଟ୍ରପତି ସି ଜି ପିଙ୍ଗ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି  ।

‘ଦେଶର କିଛି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚିଛି କରୋନା’

ଏପଟେ ସୀମାରେ ଇଞ୍ଚେ ଜାଗାକୁ ବି ଛାଡ଼ିବନି ଭାରତ  । ନିଜର ହକକୁ କାହା ପାଇଁ ଛଡାଯିବନି ବୋଲି କେନ୍ଦ୍ର ସରକାର ଚୀନକୁ ତାଗିଦ କରିଛନ୍ତି  । ଚୀନ ସେନା ଯଦି ଭାରତ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରେ ସ୍ଥିତି ସାଂଘାତିକ ହେବ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଉଛି   । ଏଭଳି ସ୍ଥିତିରେ ଭାରତ ଓ ଚୀନ ମଧ୍ୟରେ ଅତି ଭୟଙ୍କର ଯୁଦ୍ଧ ହେବ ବୋଲି ବୈଦେଶିକ ବିଶେଷଜ୍ଞ ମାନେ ଆଶଙ୍କା କରିଛନ୍ତି ।

Leave a Reply