ଭୁଟାନ ସୀମାର ୨ କିଲୋମିଟର ଭିତରେ ଚୀନ ତିଆରି କଲା ଗାଁ

ବେଜିଂ: ସୀମାରେ ସୁଧୁରୁନି ଡ୍ରାଗନ  । ବିବାଦୀୟ ଡୋକାଲାମର ୯ କିଲୋମିଟର ଦୂରରେ ଏକ ଗାଁ ତିଆରି କରିଛି ବିସ୍ତାରବାଦୀ ଚୀନ୍ ।  ଭୁଟାନ ସୀମାର ୨କିଲୋମିଟର ଭିତରକୁ ପଶି ପ୍ରତିଷ୍ଠା କରିଛି ଗାଁ । ଚାଇନାର ଜଣେ ସାମ୍ବାଦିକ ଏହି ନୂଆ ଗାଁର ଫୋଟୋ ନିଜ ଟ୍ୱିଟରରେ  ପୋଷ୍ଟ କରିଥିଲେ  । ତେବେ କିଛି ସମୟପରେ ସେ ଟୁଇଟକୁ ଡିଲିଟ୍ କରିଦେଇଥିଲେ  । ଚାଇନା ପକ୍ଷରୁ ଉକ୍ତ ଗାଁର ନାଁ ପାଙ୍ଗଡା ରଖାଯାଇଛି।

ମ୍ୟାପ୍‌ରୁ ସ୍ପଷ୍ଟ ହୋଇଛି ଯେ ଏହି ଗାଁଟି ଭୁଟାନ ସୀମାର ୨ କିମି ପରିଧି ମଧ୍ୟରେ ରହିଛି ।  ଚାଇନା ବଳପୂର୍ବକ ଭୁଟାନ ସୀମାରେ ପ୍ରବେଶ କରି ଏହିଁ ଗାଁ ପ୍ରତିଷ୍ଠା କରିଛି । ଚୀନ୍‌ର ଏଭଳି ପଦକ୍ଷେପ ଭୁଟାନ୍‌ର ସୁରକ୍ଷା ଓ ସାର୍ବଭୌମତ୍ୱ ପ୍ରତି ବଡ଼ ବିପଦ ।  ଭୁଟାନର ଅଖଣ୍ଡତାକୁ ସୁରକ୍ଷା ଦେବା ପାଇଁ ଭାରତ ସର୍ବଦା ପ୍ରତିଶ୍ରୁତିବଦ୍ଧ  ।

ଏବେ ଭୁଟାନ ମଧ୍ୟରେ ପ୍ରବେଶ କରି ଭାରତକୁ ପୁଣି ଉସକାଇଛି ଚୀନ୍ । ଯାହାକି ପୁଣି ଶାନ୍ତିକୁ ବ୍ୟାହତ କରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି  । ଗୋଟିଏ ପଟେ ଭାରତ ଓ ଚୀନ୍ ଲଦାଖ ସୀମାରେ ମୁହାଁମୁହିଁ ହେଉଛନ୍ତି  । ସୀମାରେ ସବୁକିଛି ଠିକ୍ ନାହିଁ  । ସେପଟେ ଭୁଟାନ ସୀମାରେ ଚୀନର ଅନୁପ୍ରବେଶ ନୂଆ ବିବାଦ ସୃଷ୍ଟି କରିଛି  ।

Leave a Reply